
ନୂଆପଡ଼ା -୧୪/୧୦(ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନ୍ତର୍ଗତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପ-ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର ରଞ୍ଜନ କୁମାର ସାହୁ, ଆଇ.ଜେ.ଏମ୍ ର ସୌମ୍ୟ ରଶ୍ମିରଞ୍ଜନ କୁମାର, ପ୍ରଭାସ ତାଣ୍ଡି, ବିଶ୍ଵାମିତ୍ର ତାଣ୍ଡି ପ୍ରମୁଖ ଅଂଶଗ୍ରହଣ କରି ଉପସ୍ଥିତ ଅଧିକାର ମିତ୍ରଙ୍କୁ ସମାଜ ପ୍ରତି ତାଙ୍କର କର୍ତ୍ତବ୍ଯ, ଜାତୀୟ ଆଇନ ସେବା ପ୍ରାଧିକରଣ ଅଧିନିୟମ, ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ଯ, ମହିଳାମାନଙ୍କ ଅଧିକାର, କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ନିର୍ଯାତନା, ବନ୍ଧିତ ଶ୍ରମିକଙ୍କ ଉଦ୍ଧାର, ଅଣସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଇତ୍ୟାଦି ବିକ୍ଷୟରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନ୍ତର୍ଗତ ଅଧିକାର ମିତ୍ରଗଣ ଯୋଗଦାନ କରିଥିଲେ ।
ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର।
58