
ନୂଆପଡା -୧୩/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାଷ୍ଟର ଟ୍ରେନର ମାନଙ୍କ ଇଭିଏମ୍, ଭିଭି ପାଟ ର ବ୍ୟବହାରିକ ପ୍ରଶିକ୍ଷଣ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ମାନେ ପ୍ରଥମେ ଜାତୀୟ ସ୍ତରର ମାଷ୍ଟର ପ୍ରଶିକ୍ଷକଙ୍କ ଠାରୁ ତାଲିମ ଗ୍ରହଣ କରିଥିବା ବେଳେ ତାର ବ୍ୟବହାରିକ ପ୍ରଶିକ୍ଷଣ ତାଲିମ ଆଉଥରେ ଗ୍ରହଣ କରିଛନ୍ତି। ପରେ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ମାନେ ପ୍ରିଜାଇଡିଙ୍ଗ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିବେ । ଏହା ନୂଆପଡ଼ା ବିଧାନସଭା ଉପ ନିର୍ବାଚନକୁ ନିରପେକ୍ଷ, ମୁକ୍ତ ଏବଂ ଅବାଧ କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ଆଶା ପ୍ରକାଶ କରିଛନ୍ତି। ତାଲିମ ଗ୍ରହଣ ପାଇଁ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ ଏବଂ ମାଷ୍ଟର ଟ୍ରେନର ମାନେ ପୂର୍ବାହ୍ନ ୧୦ ଟା ସମୟରେ ସମ୍ମିଳନୀ କକ୍ଷରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l ଜିଲ୍ଲାପାଳ ଠିକ୍ ସମୟରେ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ଥିବା ବେଳେ ୮ ଜଣ ଅଧିକାରୀ ବିଳମ୍ବରେ ପହଞ୍ଚିଥିଲେ ।ଏଥିପାଇଁ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।କୌଣସିବି ପରିସ୍ଥିତିରେ ସମୟାନୁବର୍ତ୍ତିତାର ଖିଲାପ ମୋଟେ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଚେତାଇ ଦେଇଥିଲେ l ଆଗକୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଦାୟୀତ୍ଵ ର ସହିତ ଠିକ୍ ସମୟରେ ସମ୍ପାଦନ କରିବା ସେ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି ।
ନୂଆପଡା ରେ ମାଷ୍ଟର ଟ୍ରେନର ମାନଙ୍କୁ ଇଭିଏମ୍, ଭିଭି ପାଟର ବ୍ୟବହାରିକ ପ୍ରଶିକ୍ଷଣ ତାଲିମ ପ୍ରଦାନ।
63