
ନୂଆପଡା-୩୦/୭ (ସୁରେନ୍ଦ୍ର ତିୱାରୀ) ଅପର ଜୋଙ୍କ ପତୋରା ଡ୍ୟାମ୍ ସ୍ପିଲୱେରେ ଗଭିର ଗର୍ତ୍ତ । ଜିଲ୍ଲାର ଜୋଙ୍କ ନଦୀ ଉପରେ ନିର୍ମିତ ଅପର ଜୋଙ୍କ ପତୋରା ଡ୍ୟାମ ଏବଂ ଏହା ସହ ଜଡିତ ଏକ ଲକ୍ଷରୁ ଉର୍ଦ୍ଧ୍ ଜନସଂଖ୍ୟା ଗୁରୁତର ବିପଦରେ ପଡିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚାଷ କାର୍ଯ୍ୟ ସହିତ ଜିଲ୍ଲା ର ଦୁଇ ଗୋଟି ସହର ଖରିଆର ରୋଡ ଓ ନୂଆପଡ଼ା ସଦର ସମେତ ଅନେକ ଗ୍ରାମାଞ୍ଚଳ ଲୋକ ପାନୀୟ ଜଳ ଉପରେ ନିର୍ଭର। ସମୟ ପୂର୍ବ ରୁ ମରାମତି ଦିଗ ରେ ଉଚିତ ପଦକ୍ଷେପ ନ ନେଲେ ଚାଷ କାର୍ଯ୍ୟ ବ୍ୟାହତ ଓ ପାନୀୟ ଜଳ ସମସ୍ୟା ଭବିଷ୍ୟତରେ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବାସ୍ତବରେ, ଡ୍ୟାମର ତଳମୁଣ୍ଡରେ ଥିବା ସ୍ପିଲୱେ (ଜଳ ପ୍ରବାହ କ୍ଷେତ୍ର) ତଳେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି ଏବଂ ସ୍ପିଲୱେ ତଳେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଯଦି ଡ୍ୟାମକୁ ଯଥାଶୀଘ୍ର ମରାମତି କରା ନ ଯାଏ ତେବେ ଡ୍ୟାମ ଭାଙ୍ଗିବା ମଧ୍ୟ ସମ୍ଭବନା ରହିଛି। ଡ୍ୟାମ ର ଗର୍ତ୍ତ ଠିକ ସମୟ ରେ ଓ ଉପଯୁକ୍ତ ମରାମତି ନହେଲେ ଭାଙ୍ଗିବା ସମ୍ଭାବନା କୁ ଏଡ଼ାଇ ଦିଆଯାଇନପାରେ। ଯତ୍ ଦ୍ଵାର ଡ୍ୟାମର ତଳ ମୁଣ୍ଡ ରେ ରହୁଥିବା ଏକ ଲକ୍ଷ ଜନସଂଖ୍ୟା ପାଇଁ ସବୁବେଳେ ବିପଦ ଆଶଙ୍କା ଦେଖାଦେଇଛି ।
ଡ୍ୟାମ ତଳେ ଅବସ୍ଥିତ ଛୋଟ ବଡ଼ ବନ୍ଧ ପୋଖରୀ ଚାଷ ଜମି ଶକ୍ତି କେନ୍ଦ୍ର ମଧ୍ୟ ବିପଦରେ ରହିଛି। ଡ୍ୟାମର ଭାଙ୍ଗିବା ଦ୍ୱାରା ଧନ ଜନଜୀବନ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ସମ୍ବଲପୁର ର ବାଲାଜୀ ଡିଲର ନାମକ କମ୍ପାନୀ ପାଞ୍ଚ ଦିନ ହେଲା ଝିପି ଝିପି ବର୍ଷା ରେ ମରାମତି କାମ କରୁଛି। କମ୍ପାନୀ ର ଜୈନେକ କର୍ମଚାରି ଜଣକ କହିଛନ୍ତି ଯେ ଖରା ମାସରେ ଡ୍ୟାମ ମରାମତି ହେବାର କଥା,ହେଲେ ଆମକୁ କମ୍ପାନୀ ଏଠି ମରାମତି କାର୍ଯ୍ୟ ପାଇଁ ବର୍ଷା ଋତୁ ରେ ପଠାଇ ଛନ୍ତି। ଏହିପରି ସ୍ପିଲୱେ ତଳେ ଗୁଡ଼ାଏ ଲିକେଜ ରହିଛି ଡେମ ରେ ପାଣି ଭର୍ତ୍ତି ଥିବାରୁ ମରାମତି କାମ କୁ ଅସୁବିଧା ହେଉଛି। ଯଦି ମରାମତି କାମ ନ ହେଲେ ଡ୍ୟାମ ଭାଙ୍ଗିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି ।
ଏହି ଡ୍ୟାମଟି ୧୯୭୯ ରେ ନିର୍ମିତ ହୋଇଥିଲା |ଡ୍ୟାମର ମରାମତି ତଥା ଉନ୍ନତି ସମ୍ପର୍କରେ ଡ୍ୟାମ ସୁରକ୍ଷା ଯାଞ୍ଚ ପ୍ୟାନେଲ (ଡିଏସଆଇପି ) ଏବଂ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ର ସୁପାରିଶ ପାଇଁ ବିଭାଗ ତଦନ୍ତ ପାଇଁ ଅବଗତ କରାଇଛି କି ନାହି ତାହା ଜଣା ପଡିନି। ଡ୍ୟାମରୁ ଗଭୀର ଗର୍ତ୍ତ ,ପିଚ ତ୍ରୁଟି, ପିଲର ଫାଟିଥିବା ଭଳି ଅନେକ ମରାମତି ରହିଛି । ସୂଚନା ଅନୁସାରେ ଡ୍ୟାମ ରେ ଯଦି ଏଭଳି ସମସ୍ୟା ଥିଲା ତେବେ ଖରା ମାସରେ କାହିଁକି ମରାମତି କଲେ ନାହିଁ ବର୍ଷା ମାସରେ ମରାମତି କାମ କରାଉଥିବା ରୁ ବିଭାଗ ଉପରେ ଆଙ୍ଗୁଳି ଉଠୁଛି ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପ ଅଧିକାରୀ ଙ୍କ ଅପାରଗତ ଯୋଗୁଁ ଡ୍ୟାମ ମରାମତି ହେଉ ନାହି ସେହିପରି ଡ୍ୟାମ କାମ ରେ ମରାମତି କାମ ବେଳେ ଅଧିକାରି ଅନୁପସ୍ଥିତ ଦେଖିବାକୁ ମିଳିଛି।
ଏହି ଡ୍ୟାମକୁ ଯାଞ୍ଚ କରିବାରେ ପ୍ରମୁଖ ଭାବେ ସମୟ ସମୟ ରେ ଉଚ୍ଚ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରିଥିବା ଦେଖାଯାଉଛି । ଯେପରିକି ପର୍ଯ୍ୟାପ୍ତ ପରିମାଣର ସ୍ପିଲୱେ କ୍ଷମତା,ଡ୍ରେନେଜ୍ ଛିଦ୍ର ଭରିବା ଏବଂ ଡ୍ୟାମରୁ ଲିକ୍,ପିଚୁ ପିଲର ଫାଟିଛି ଡ୍ୟାମ ମରାମତି କରୁଥିବାରୁ ଗୋଟିଏ ଗେଟ ଖୋଲା ଯାଇଛି। ଡ୍ୟାମ ର ଗେଟ ଖୋଲି ପାଣି ଛଡା ଯାଉଛି ନିୟମ ଭାଙ୍ଗିଛନ୍ତି ବିଭାଗ । ଡ୍ୟାମ ମରାମତି କର୍ମଚାରୀ ଙ୍କ ବର୍ଷା ତଥ୍ୟରୁ ବନ୍ୟା ପରିସ୍ଥିତି ପୂର୍ବାନୁମାନ କରାଯାଇଥିଲା । କୁଶଳୀ କର୍ମଚାରୀଙ୍କ ଅଭାବ ହେତୁ ଡ୍ୟାମ ର ତଥ୍ୟ ସଠିକ୍ ଭାବରେ ତଦାରଖ ହେଉନି , ଯେଉଁଥିପାଇଁ ବର୍ଷା ଏବଂ ପାଣି ପ୍ରବାହ ମଧ୍ୟରେ କୌଣସି ସମନ୍ୱୟ ବିକାଶ ହେଉ ନାହିଁ | ଡ୍ୟାମରେ ରେ କମ୍ପ୍ୟୁଟର କେନ୍ଦ୍ର ନାହି ଏହାକୁ ପାଣିପାଗ ବିଭାଗର ତଥ୍ୟ କେନ୍ଦ୍ର ସହିତ ସଂଯୋଗ କରିବା ଏବଂ ବନ୍ୟା, ବର୍ଷା ଏବଂ ଘୂର୍ଣ୍ଣିବଳୟର ପୂର୍ବାନୁମାନ ପାଇଁ ସଫ୍ଟୱେୟାର ମଧ୍ୟ ଲାଗି ନାହିଁ ବୋଲି ଅଭିଯୋଗ ହେଉଛି।
ସ୍ପିଲୱେ ହେଉଛି ଏକ ମାଧ୍ୟମ ଯାହା ଡ୍ୟାମରୁ ଅଞ୍ଚଳକୁ ଅତିରିକ୍ତ ଜଳ ପ୍ରବାହକୁ ନିୟନ୍ତ୍ରଣ କରେ | ସ୍ପିଲୱେ ସୁନିଶ୍ଚିତ କରେ ଯେ ଜଳର କୌଣସି ଓଭରଫ୍ଲୋ ନାହିଁ ଏବଂ ଜଳ ପ୍ରବାହ ଡ୍ୟାମକୁ ନଷ୍ଟ କରେ ନାହିଁ | ବର୍ତ୍ତମାନ ଜଳ ପ୍ରବାହ କମ ହେତୁ ଡ୍ୟାମର ସ୍ପିଲୱେ କ୍ଷତିଗ୍ରସ୍ତ ହୋଇଛି ଯଦି ଜଳ ପ୍ରବାହ କ୍ଷମତା ଅଧିକ ହେଲେ ଡ୍ୟାମ ବିପଦ ପୁର୍ଣ ହେବ ବୋଲି ମରାମତି କାରିଗରୀ କହିଛନ୍ତି । ନିର୍ମାଣ ସମୟରେ, ଡ୍ୟାମର ସ୍ପିଲୱେ ପ୍ରତି ସେକେଣ୍ଡରେ ୩.୫୪. ଲକ୍ଷ ଘନଫୁଟ (କ୍ୟୁସେକ୍) ର ପ୍ରବାହ କ୍ଷମତା ପାଇଁ ଡିଜାଇନ୍ କରାଯାଇଥିଲା | କିନ୍ତୁ ବନ୍ୟା ଜଙ୍ଗଲ ବିଭାଗ ର ପରିସ୍ଥିତି ପାଇଁ ୩,୩୫ ଲକ୍ଷ୍ ଘନଫୁଟ ଘଟିଛି ଯେ ମୁକ୍ତ ହୋଇଥିବା ଜଳ ସ୍ପିଲୱେ କ୍ଷମତା ଅତିକ୍ରମ କରିଛି।
ଏନେଇ ଡ୍ୟାମର ସୁରକ୍ଷା ଅଡିଟ୍ ହୋଇଛି କି ନାହି ତାହା ସନ୍ଦେହ ହେଉଛି । ଜୁଲାଇ ୨୦୨୫ ରେ, ଡ୍ୟାମ ଫାଟ ରୁ ଗଭୀର ଗାତ ହେବାରୁ ମରାମତି କାମ ହେଉଛି | ବନ୍ୟା ଜଳ ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତରରୁ ପ୍ରବାହିତ ହେଉଥିଲା ମରାମତି ପାଇଁ ଗେଟ ଖୋଲା ଯାଇଛି ଗେଟ ଖୋଲିବା ନେଇ ପ୍ରଶାସନ କୁ ଅବଗତ କରାଇଛନ୍ତି କି ନାହିଁ ଚାଷୀ ମହଲରେ ଚର୍ଚ୍ଚା । କେନ୍ଦ୍ରୀୟ ଦଳ କୁ ଡ୍ୟାମ ଫାଟିବା ରିପୋର୍ଟ ଦେଇଛନ୍ତି ନା ନାହି ଏହା ମଧ୍ୟ ପ୍ରଶ୍ନ ଉଠୁଛି । ସେହିପରି ଅପରଜୋଙ୍କ ଜଳ ପ୍ରକଳ୍ପ ଅଧିକାରୀ ଡ୍ୟାମ କାମ କୁ ନେଇ ମନମୁଖି କାମ କୁ ବିରୋଧ କରିଥିବା ବେଳେ ସଦର ନୂଆପଡା ବାସି ଙ୍କ ପାଇଁ ଏକ ଶଙ୍କଟ ଆଣିଛନ୍ତି ଯଦି ଡ୍ୟାମ ଭାଙ୍ଗିଲେ ସମ୍ପୂର୍ଣ ବିଭାଗ ର ଅଧିକାରି ମାନେ ଦାୟୀ ରହିବେ ବୋଲି ସ୍ଥାନୀୟ ନେତା ମାନେ କହିଛନ୍ତି!
କଂଗ୍ରେସ ର ଜିଲ୍ଲା ସଂଯୋଜକ ଘାସିରାମ ମାଝୀ,କଂଗ୍ରେସ ନେତା ଆଲୋକ ଗୁରୁ,ଟୋପ ଦାସ ପୂର୍ବତନ ସରପଞ୍ଚ ତୀରଥ,ମାଝୀ ଉପସ୍ଥିତ ରହି ଡ୍ୟାମ କୁ ପରିଦର୍ଶନ କରିଥିଲେ ଓ ବିଭାଗୀୟ କର୍ମଚାରୀ ଉପରେ ପ୍ରଶ୍ନ କରିଛନ୍ତି ଏନେଇ ଉଚ୍ଚସ୍ତରୀୟ ବିଭାଗ ଡ୍ୟାମ କୁ ପରିଦର୍ଶନ କରିବା ସହ ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ସମୟୋଚିତ ପଦକ୍ଷେପ ନେଇ ଡ୍ୟାମ ମରାମତି ପ୍ରତି ସଦୟ ଦୃଷ୍ଟି ଦେବାକୁ ଦାବି ହେଉଛି।
ଅପରଜୋଙ୍କ ପତୋରା ଡ୍ୟାମ ସ୍ପିଲୱେ ମରାମତି : ସମୟୋଚିତ ପଦକ୍ଷେପ ନନେଲେ ଚାଷ କାର୍ଯ୍ୟ ଓ ପାନୀୟଜଳ ସମସ୍ୟା ଭବିଷ୍ୟତ ରେ ଗୁରୁତର ହେବ!
196