ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ଓ ଆଇନ ସଚେତନତା ଶିବିର।

ନୂଆପଡ଼ା -୫/୭ (ସୁରେନ୍ଦ୍ର ତିୱାରୀ)
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଓ ଜିଲ୍ଲା ବନ ବିଭାଗ ଆନୁକୂଲ୍ୟରେ ତିଲେଇଝର ଗ୍ରାମରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ନୂଆପଡ଼ା ରେଞ୍ଜର ବିନୀତା ଭୋଇ, ଦର୍ଲିମୁଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଦ୍ଧା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ରାଉତ, ତିଲେଇଝର ଓ ଦର୍ଲିମୁଣ୍ଡାର ଗ୍ରାମବାସୀ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରି ୧୫୦ ରୁ ଅଧିକ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ମଧୁପୁର ଠାରେ ସ୍ୱଚ୍ଛ ଓ ସବୁଜ ନୂଆପଡ଼ା ଗଠନ ପାଇଁ ଏକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ଓ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ପ୍ରାଧିକରଣ ତରଫରୁ ପରିବେଶ ସୁରକ୍ଷା ଆଇନ, ୧୯୮୬ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରବନ୍ଧନ ନିୟମ, ୨୦୧୬ ବିଷୟରେ ଆଇନ ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଧିକରଣର ସଚିବ ନବନୀତା ଦାଶ ଉପସ୍ଥିତ ଜନତାଙ୍କୁ ବୃକ୍ଷରୋପଣ ଓ ପ୍ଲାଷ୍ଟିକ ବର୍ଜନର ଉପକାରିତା ବିଷୟରେ ସଚେତନ କରିଥିଲେ । ପରିବେଶ, ଜଙ୍ଗଲ ଓ ସେଥିରେ ରହୁଥିବା ବନ୍ୟଜନ୍ତୁ ମାନଙ୍କୁ ସୁରକ୍ଷା ଦେବା, ଆମର ସମ୍ବିଧାନ ଅନୁଯାୟୀ ଭାରତର ପ୍ରତ୍ୟେକ ନାଗରିକଙ୍କର ମୌଳିକ କର୍ତ୍ତବ୍ୟ ସେ କହିଥିଲେ I ଗତ ମାସରେ ନୂଆପଡ଼ା ପ୍ଲାଷ୍ଟିକ-ମୁକ୍ତ ଜିଲ୍ଲାରୂପେ ଘୋଷିତ ହୋଇଥିବାରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ଲାଷ୍ଟିକ୍-ମୁକ୍ତ ରୂପେ ଆୟୋଜନ କରାଯାଇଥିଲା I ପ୍ରାଧିକରଣ ପକ୍ଷରୁ ଯଥା ସମ୍ଭବ ପ୍ଲାଷ୍ଟିକ୍ ଫ୍ଲେକ୍ସ୍ ବଦଳରେ ସୂତା କପଡ଼ାର ବ୍ୟାନର୍ ଓ ଚାରାଗୁଡ଼ିକରେ ପାଣିଦେବାପାଇଁ ପ୍ଲାଷ୍ଟିକ୍ ବଦଳରେ ଷ୍ଟିଲ୍ ବାଲ୍ଟି, ପିତଳ ଗଡୁ,ଢାଳ ଇତ୍ୟାଦିର ବ୍ୟବହାର କରାଯାଇଥିଲା ।
ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ଓ ଆଇନ ସଚେତନତା ଶିବିର
ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ଓ ଆଇନ ସଚେତନତା ଶିବିର
279
previous post