Home ରାଜ୍ୟଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l

ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l

" ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ "

by Maraguda Express
0 comments

ନୂଆପଡ଼ା -୪/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅବକାରୀ ବିଭାଗର ରାଜସ୍ବ ଆଦାୟ,ପ୍ରବର୍ତ୍ତନ କାର୍ଯ୍ୟକଳାପ ଏବଂ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା କରାଯାଇଥିଲାl ଜିଲ୍ଲାପାଳ ବୈଠକ କୁ ସମ୍ବୋଧନ କରି କହିଲେ ଯେ ଗତ ମାସରେ ରାଜ୍ୟ ଅବକାରୀ ବିଭାଗ ଦ୍ବାରା ଅପରେସନ ପ୍ରହାର ଆରମ୍ଭ ହେଲା l କିନ୍ତୁ ଏହା ପୂର୍ବରୁ ଜିଲ୍ଲାରେ ଏହି ବିଭାଗରେ ଅପରେସନ ସଂସ୍କାର ଆରମ୍ଭ ହୋଇଛି l ଜିଲ୍ଲାର ବିଦ୍ୟାଳୟ , ଜନବସତି , ରାସ୍ତା କଡ ଇତ୍ୟାଦି ଅଞ୍ଚଳରେ ଦୃଢ଼ ହସ୍ତରେ ଚୋରା ମଦ , ଗଞ୍ଜେଇ ଓ ମାଦକ ବିକ୍ରୟ କେନ୍ଦ୍ର ସବୁ ତୁରନ୍ତ ବନ୍ଦ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ବୈଠକରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ,ଅବକାରୀ ନିରୀକ୍ଷକ ହିରାବତି ଥାର୍ଟୀ, ସୋମନାଥ ବାଗ,ଅବକାରୀ ଉପ ନୀରିକ୍ଷକ ସଚଳା ପାଢ଼ୀ, ଅଲେଖ ପୁଟେଲ,ସିଦ୍ଧାନ୍ତ ପାତ୍ର,ମଙ୍ଗଳ ଛତ୍ରିଆ ଏବଂ ଅନ୍ୟ ଅବକାରୀ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମୀକ୍ଷା ରୁ ଜଣା ପଡିଲା ଯେ, ବିଭାଗର ମୋଟ ୪୬ ଟି ବିଭିନ୍ନ ପଦବୀ ରୁ ୧୩ ଟି ଖାଲି ପଡ଼ିଛି l ଏହାଦ୍ବାରା ଦୈନନ୍ଦିନ କାର୍ଯ୍ୟ ରେ ଅସୁବିଧା ସୃଷ୍ଟି ହେଉଛି l ଜିଲ୍ଲାରେ ମୋଟ ସ୍ଵୀକୃତି ପ୍ରାପ୍ତ ୯୮ ଟି ମଦ ଦୋକାନ ଅଛି l ଏହି ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ୮୨୧ ଗୋଟି ମାମଲା ଅନୁସନ୍ଧାନ କରାଯାଇ ୫୩୩ ଜଣଙ୍କ ବିରୁଦ୍ଧରେ ଅବକାରୀ କେଶ୍ ରୁଜ୍ଜୁ କରା ଯାଇଛି l ୩୨୮ ଜଣଙ୍କୁ କୋର୍ଟ ଫରୱାର୍ଡ କରାଯାଇଅଛି l ଅବୈଧ ନିଶା କାରବାର ରେ ସଂମ୍ପୃକ୍ତ ୨୨ ଟି ଦୁଇ ଚକିଆ ଏବଂ ୫ ଟି ଚାରି ଚକିଆ ଯାନ ଜବତ୍ ହୋଇଛି l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି l ଜିଲ୍ଲାପାଳ କହିଲେ ଯେ ଅବକାରୀ କାର୍ଯ୍ୟକୁ ସଶକ୍ତ, ସୁଦୃଢ଼ କରି ଏଥିରେ ସଂସ୍କାର ଆଣିବା ପାଇଁ ଜିଲ୍ଲାରେ ଅପରେସନ ସଂସ୍କାର ସହିତ ପ୍ରହାର ଚାଲିବ lଆଗାମୀ ଦିନରେ ଅବକାରୀ କାର୍ଯ୍ୟକଳାପ କେମିତି ଆହୁରି ସୁଦୃଢ ହୋଇ ଜିଲ୍ଲାରେ ଅବୈଧ ଚୋରା ମଦ,ଗଞ୍ଜେଇ, ନିଶା କାରବାର ଉପରେ ସଂପୂର୍ଣ୍ଣ ରୋକ୍ ଲାଗିପାରିବ ତଥା ଜନ ସଚେତନତା ସୃଷ୍ଟି ହୋଇପାରିବ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଅଧିକରୁ ଅଧିକ ଅପରାଧୀ କିପରି ଭାବରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯିବେ, ସେଥିପାଇଁ ବିଭାଗ ଦୃଢ଼ ପ୍ରୟାସ କରିବ l ଆଗାମୀ ଦିନରେ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରୁଥିବା ଅଧିକାରୀ ମାନଙ୍କୁ ପୁରସ୍କୃତ କରିବା ସହିତ ନିମ୍ନ ପ୍ରଦର୍ଶନ ପାଇଁ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଅବକାରୀ ବିଭାଗ ଏଭଳି ଉଚିତ୍ କାର୍ଯ୍ୟ କରୁ ଯାହାଦ୍ଵାରା ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିବାକୁ ପଡ଼ିବ ନାହିଁ l ସମର୍ପିତ ଭାବରେ ଜିଲ୍ଲାରୁ ଅବୈଧ ନିଶାକାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha