ବୋଡ଼େନ -୪/୯ (ଜଗତ ରାମ ଦଣ୍ଡସେନ) ନୂଆପଡ଼ା ଉପ ଜିଲ୍ଲାପାଳ ଶ୍ରୀମତୀ ସୂରମୀ ସୋରେନଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷାର ଜନ ଶୁଣାଣି ଶିବିର ବୋଡ଼େନ ପଞ୍ଚାୟତ ସମିତି ରେ ଅନୁଷ୍ଠିତ ହୋଇଥିଲା ।ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ବିଡ଼ିଓ ସୁଶାନ୍ତ କୁମାର ରଣା,ଡି ଏସ ଏ ମିଳନ କୁମାର ପତି, ଜିଲ୍ଲା ରାଜସ୍ବ ଅଧିକାରୀ ଗରିବ ଦୀପ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କ୍ଷିରୋଦ ନାୟକ, ଏ ପି ଓ ରବିନାରାୟଣ ରାଉତ,ଯୋଗାଣ ନୀରିକ୍ଷକ ଆଲୋକ କୁମାର ପାତ୍ର,ସହକାରୀ ଯନ୍ତ୍ରୀ ଯୋଗେଶ୍ୱର ନାଏକ ପ୍ରମୁଖ ମଞ୍ଚାସିନ ରହିଥିଲେ ।ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅବଧି ୧ ଏପ୍ରିଲ ୨୦୨୪ ରୁ ୩୧ ମାର୍ଚ୍ଚ ୨୦୨୫ ଓ ନରେଗା ୧ ଏପ୍ରିଲ ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ମଧ୍ୟରେ ହୋଇଥିବା କାର୍ଯ୍ୟ ବିଶେଷ ଉପରେ ଆସିଥିବା ଅଭିଯୋଗ ଗୁଡ଼ିକର ସାମାଜିକ ସମୀକ୍ଷା କରାଯାଇଥିଲା ।
ଏ ପି ଓ ରବିନାରାୟଣ ରାଉତ ଓ ବି ଏସ ଏ ନୀତେଶ କୁମାର ମାଝୀ ସମସ୍ତ ତଥ୍ୟ ପ୍ରଦାନ କରୁଥିଲେ ।ଭି ଆର୍ ପି ମାନଙ୍କ ପଞ୍ଚାୟତ ପରିଦର୍ଶନ ଓ ପଞ୍ଚାୟତ ମାନଙ୍କରେ ଉପରୋକ୍ତ ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡ଼ିକ ପରିଦର୍ଶନ ସମୟରେ ଯେଉଁ ତଥ୍ୟ ସଂଗ୍ରହ କରିଥିଲେ ଏବଂ ଅଭିଯୋଗ ଆଣିଥିଲେ ତାହାରି ଉପରେ ସମୀକ୍ଷା ହୋଇଥିଲା । ଜି ପି ଡି ଓ ଭୀଷ୍ମ କୁମାର,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ,କନିଷ୍ଠ ଯନ୍ତ୍ରୀ ଅମରେନ୍ଦ୍ର ବିଶ୍ଵାଳଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ,ପି ଇ ଓ,ଜି ଆର୍ ଏସ ,ଏ.ଡି. ଇ.ଓ,ବ୍ୟକ୍ତିଗତ ଅଭିଯୋଗକାରୀ,ସାଧାଣ ଜନତା ଉପସ୍ଥିତ ଥିଲେ ।