236
ନୂଆପଡ଼ା ୨୮/୭ (ସୁରେନ୍ଦ୍ର ତିୱାରୀ ) କୋମନା ଥାନା ଅନ୍ତର୍ଗତ ସିଆଲଟି ପଞ୍ଚାୟତ ର ଭାଲୁକୋନା ଗ୍ରାମରେ ଜନୈକ ଅବିବାହିତା ଯୁବତୀ ଙ୍କ ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି। ମୃତକ ଜଣକ କୁମୁଦିନୀ ମାଝୀ (୨୦) ବୋଲି ଜଣାପଡିଛି। ଖବର ପାଇ ପୋଲିସ ଶବ ଜବତ କରିବାସହ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ଯୁବତୀ ଜଣକ ପ୍ରେମ ବ୍ୟାପାର କୁ ନେଇ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣା ର ତଦନ୍ତ ଅବ୍ୟାହତ ରଖିଛି।