ନୂଆପଡ଼ା -୨୬/୦୨ -ଆଜି ନୂଆପଡ଼ା ପୋଲିସ ପଡିଆ ସ୍ଥିତ ଇନଡୋର ଷ୍ଟାଡିୟମ୍ ଠାରେ ୨୦୨୬ ବର୍ଷ ପାଇଁ ହେବାକୁ ଥିବା କ୍ରୀଡା ପ୍ରତିଭା ଚୟନ ନିମନ୍ତେ କ୍ରୀଡା ଶିକ୍ଷକ ମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଏହି ଶିବିରର ଆୟୋଜନ କରିଥିଲେ। ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶାଳୟ ଦ୍ବାରା ଆୟୋଜିତ ମାଷ୍ଟର୍ସ ପ୍ରଶିକ୍ଷକ ଶିବିରରେ ନୂଆପଡ଼ା ଜିଲ୍ଲାର କ୍ରୀଡ଼ା ଶିକ୍ଷକ ମହତାବ ଆଡଯୁଆଡ, କ୍ରୀଡା ଶିକ୍ଷକ ମାଗୁରପାଣି ଉଚ୍ଚ ବିଦ୍ୟାଳୟ ଓ ସରୋଜ କୁମାର ପ୍ରଧାନ, କ୍ରୀଡା ଶିକ୍ଷକ ବାଞ୍ଜିବାହାଲ ଉଚ୍ଚ ବିଦ୍ୟାଳୟ ପ୍ରଶିକ୍ଷଣ ପ୍ରାପ୍ତ ହୋଇ ଆଜି ଅନ୍ୟ କ୍ରୀଡା ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ଶିବିରରେ ଖେଳ ଶିକ୍ଷକ ମୋହନ କୁମାର ମହନ୍ତ, ପି ଏମ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡା, ଶୋଭିତ କୁମାର ଭୋଇ, ତରବୋଡ ଉଚ୍ଚ ବିଦ୍ୟାଳୟ, ଶୋଭାରାମ ରାଉତ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ଼, ବିରେନ୍ଦ୍ର ବାଗ, ସରକାରୀ ଉଚ୍ଚ ବିଦ୍ୟାଳୟ, ତୁକଲା, ଧନଞ୍ଜୟ ଦଣ୍ଡସେନା, ନେହେନା ଉଚ୍ଚ ବିଦ୍ୟାଳୟ, ଦୋଳମଣି ନିଆଲ, ନାଗପଡ଼ା ଉଚ୍ଚ ବିଦ୍ୟାଳୟ, ଭରତ ପ୍ରଧାନ, ମହୁଲଭଟା ଉଚ୍ଚ ବିଦ୍ୟାଳୟ, କୁମାରୀ କୌଶଲ୍ୟା ମାଝୀ, ଯେ ଏମ ଉଚ୍ଚ ବିଦ୍ୟାଳୟ କୋମନା, ଏମ କୁମାର ଖରସେଲ, ଏମ ଡି.ସି ନୂଆପଡ଼ା, ରାକେଶ କୁମାର ଦଳାଇ, ଓ ଏ ଭି ନେଗିପାଲି, ଶ୍ୟାମ ଧରୁଆ, ଶାଳାଙ୍ଗିପଦର ଉଚ୍ଚ ବିଦ୍ୟାଳୟ ଓ ଦେବବ୍ରତ ସାହୁ, କବାଡି ପ୍ରଶିକ୍ଷକ ଖେଲୋ ଇଣ୍ଡିଆ ପ୍ରମୁଖ ଯୋଗଦେଇଥିଲେ ।