20
ବୋଡ଼େନ -୩/୩(ଜଗତରାମ ଦଣ୍ଡସେନା) ନୂଆପାଡା ଜିଲ୍ଲାରବୋଡେ଼ନ ବ୍ଲକର ଖଇରା ପଞ୍ଚାୟତ ଅନ୍ତର୍ଗତ ଦାବେରୀ ଓ ଅମେରା ଗ୍ରାମବାସୀଙ୍କ ଦ୍ୱାରା ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେଉଅଛି। ଗତ ୧ ମାର୍ଚ୍ଚ ରୁ ଆରମ୍ଭ ହୋଇ ଥିବା ନାମ ଯଜ୍ଞ ରେ ଅମେରା ଗ୍ରାମ ର କର୍ତ୍ତା ଭାବେ ଟୁନୁ ରାମ ହଂସ ଓ ପତ୍ନୀ ଫୁଲହଂସ ଦାୟିତ୍ୱ ତୁଲାଉଥିବାବେଳେ ଦିନ ନାଥ ଦୁବେ, ଚକ୍ର ଧର ତ୍ରିପାଠୀ ଓ ଡୋଳାମାଣି ଦାସ ପୌରୋହିତ୍ୟ କରୁଛନ୍ତି । ଆୟୋଜକ କମିଟିରୁ ଦୁର୍ଯ୍ୟୋଧନ ହଂସ, ବାସନ୍ତ ହଂସ ଉପେନ୍ଦ୍ର ହଂସ, ସହାଦେବ ହଂସ, ଶଙ୍କର ନିଆଲ ପ୍ରମୁଖ ସହଯୋଗ କରୁଛନ୍ତି । ସେହିପରି ଦାବେରୀ ରେ କର୍ତ୍ତା ଭାବେ କନକ ରାମ ହଂସ ଓ ପୂର୍ଣ୍ଣମୀ ହଂସ, ପୂଜକ ଭାବେ ନନ୍ଦକିଶୋର ଯୋଷୀ ଓ ଜିତେନ୍ଦ୍ର ଦାସ ଦାୟିତ୍ୱ ତୁଲାଉଛନ୍ତି ।ଆୟୋଜକ କମିଟିର ଟୁନାରାମ ସଲମା, ବନମାଳୀ ନାଗ, ତୁଳସୀ ନାଗ, ଦିଗ ସନ ହଂସ, ଟିକେରାମ ପୁଞ୍ଜି, ରୁପସୀଙ୍ଗ ସଲମା, ଟିକେଶ୍ୱର ପୁଞ୍ଜି, ତ୍ରିଲୋଚନ ହଂସ, ନିତ୍ୟାନନ୍ଦ ସଲମା, ଅଭି ହଂସ ପ୍ରମୁଖ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି । ଉଭୟ ଗ୍ରାମରେ ଶ୍ରଦ୍ଧାଲୁ ଙ୍କ ପାଇଁ ଭଣ୍ଡାରା ର ବ୍ୟବସ୍ଥା କରାଯାଇଛି । ବୁଧବାର ଦିନ ପୂର୍ଣ୍ଣାହୁତି ଓ ନଗର କୀର୍ତ୍ତନ ହେବା ସ୍ଥିର ହୋଇଛି ।