47
ନୂଆପଡ଼ା -୩/୩-(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ନଙ୍ଗଲବୋଡ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଖଗେଶ୍ବର ମାଝୀଙ୍କ ସଭାପତିତ୍ବରେ ଆଡମ୍ବର ଓ ଉତ୍ସାହର ସହିତ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
ଏ ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ଶିକ୍ଷାର ଗୁରୁତ୍ୱ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବରେ ଜିଲ୍ଲା ଶିକ୍ଷା ବିଭାଗର ଡି.ଆଇ. ଉଦୟ ସିଂହ ମାଝୀ ଉପସ୍ଥିତ ରହି ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ଓ ସଫଳତାକୁ ପ୍ରଶଂସା କରିଥିଲେ ।
ସହ ଶିକ୍ଷକ ସୁନିଲ ହେର୍ଣ୍ଣ। ଅତିଥି ମାନଙ୍କୁ ମଞ୍ଚକୁ ସ୍ଵାଗତ କରିଥିବା ବେଳେ ଅନ୍ଯତମ ସହ ଶିକ୍ଷକ ହରେକୄଷ୍ଣ ମେହେର ବାର୍ଷିକ ବିବରଣୀ ପାଠ କରିଥିଲେ । ଏ ଅବସରରେ ଶିକ୍ଷା, କ୍ରୀଡା ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥିସହ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯା ପୁଷ୍ପାଞ୍ଜଳି ଗୁଆଲ, ଡବ୍ଲୁଇଓ ସୁନିଲ କୁମାର ସାମଲ, ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝୀ, ସିଆରସିସି ତରୁଣ କୁମାର ମେହେର, ବିଦ୍ଯାଳୟ ପରିଚାଳନା କମିଟି ଅଧ୍ଯକ୍ଷ ହଳଧର ମାଝୀ, ଗିରିରାଜ୍ ମାଝୀ ଏବଂ ଖଇରପଦର୍ ଆଶ୍ରମ ପ୍ରଧାନ ଶିକ୍ଷକ ଗଙ୍ଗା ବାଗ ଉପସ୍ଥିତ ଥିଲେ । ଶେଷରେ ବିଦ୍ଯାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
କାର୍ଯ୍ଯକ୍ରମରେ ଅଭିଭାବକଙ୍କ ସହ ଶତାଧିକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହ ଶିକ୍ଷକ ଡିଗ୍ରେ ରାଜ ସା, ଡିଙ୍ଗର ସୁନାନି, ସହଦେବ ମାଝୀ, ଅଣ ଶୈଖିକ କର୍ମଚାରୀ ପାଦୁକା ଜଗତ, ଶୋଭା ମାଝୀ, ଓଁକାର ମାଝୀ, ଅନୁସୁୟା ମାଝୀ, ଦୂର୍ମିଲା ମାଝୀ, ହେମଙ୍ଗିନି ବାଗ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ଶ୍ରୀମାଝୀ ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ ।