
ନୂଆପଡା- ୭/୧୦(ସୁରେନ୍ଦ୍ର ତିୱାରୀ)
ନାଇଜେରିଆରେ ଅନୁଷ୍ଠିତ ଏବିଆଇଏ ଆନ୍ତର୍ଜାତୀୟ ପାରା ବେଡମିଣ୍ଟନ ପ୍ରତିଯୋଗିତାରେ ତାମ୍ର ପଦକ ଜିତି ନୂଆପଡା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଯୁବ ଖେଳାଳି ବିଶ୍ବାସ ରଞ୍ଜନ ପଣ୍ଡା l କୋମନା ବ୍ଳକ ଅନ୍ତର୍ଗତ ଲର୍କି ଗ୍ରାମର ନିଶାକାନ୍ତ ପଣ୍ଡା ଏବଂ ସସ୍ମିତା ପଣ୍ଡାଙ୍କ ସୁପୁତ୍ର ବିଶ୍ଵାସ ରଞ୍ଜନ ପଣ୍ଡା ( ବୟସ ୨୦ ବର୍ଷ ) l ଭାରତୀୟ ଟିମ୍ ର ସଦସ୍ୟ ହିସାବରେ ସେ ବିଦେଶ ନାଇଜେରିଆ ଗସ୍ତକରି ଆନ୍ତର୍ଜାତୀୟ ସ୍ତରରେ ପ୍ରଥମ ଏ ବି ଆଇ ଏ ପାରା ବେଡମିଣ୍ଟନ ୨୦୨୫ ପ୍ରତିଯୋଗିତାରେ ଭାଗନେଇଥିଲେ l ୫ ଅକ୍ଟୋବର ୨୦୨୫ ଦିନ ଅନୁଷ୍ଠିତ ଫାଇନାଲ ମେଚ୍ ରେ ସେ ତାମ୍ର ପଦକ (ବ୍ରୋଞ୍ଜ ମେଡାଲ) ହାସଲ କରି ସେ ଦେଶ ପାଇଁ ଖ୍ଯାତିଅର୍ଜନ କରିଛନ୍ତି। ଶ୍ରୀ ପଣ୍ଡା ବି.କମ୍. ଡିଗ୍ରୀ ହାସଲ କରିସାରିଲା ପରେ , ବର୍ତ୍ତମାନ ଭୁବନେଶ୍ବର ସ୍ଥିତ ଉଡାନ ଏକାଡେମୀରେ କୋଚିଙ୍ଗ ନେଉଛନ୍ତି ।
ଗତବର୍ଷ ସେ ରାଜ୍ୟସ୍ତରରେ ବେଡମିଣ୍ଟନ ଡବଲ ପ୍ରତିଯୋଗିତାରେ ବ୍ରୋଞ୍ଜ ଏବଂ ସିଙ୍ଗଲ ପ୍ରତିଯୋଗିତାରେ ସିଲଭର ମେଡାଲ ହାସଲକରି , ନୂଆପଡା ଜିଲ୍ଲାକୁ ଗୌରବାନ୍ବିତ କରିଥିଲେ। ବର୍ତ୍ତମାନ ତାଙ୍କ ଆନ୍ତର୍ଜାତୀୟ ମେଡାଲ ହାସଲ କରିଥିବା ଖବର ଶୁଣି ନୂଆପଡା ଜିଲ୍ଲା ତଥା କୋମନା ଅଞ୍ଚଳରେ ଆନନ୍ଦ ର ଲହରି ଖେଳି ଯାଇଛି। ଏତେ କମ ବୟସରେ ଏହି ଗୌରବମୟ ଉପଲବ୍ଧି ପାଇଁ ବିଶ୍ଵାସଙ୍କ ଉପଲବ୍ଧି ପାଇଁ ଅଞ୍ଚଳ ବାସୀ ଙ୍କ ପାଖେଟ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବା ସହିତ ଜିଲ୍ଲା ବାସୀ ତାଙ୍କର ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଛନ୍ତି । ତାଙ୍କ ସଫଳତା ସହିତ ସେ ଅଞ୍ଚଳର ଯୁବସମାଜ ପାଇଁ କ୍ରୀଡ଼ା କ୍ଷେତ୍ରରେ ପ୍ରେରଣା ର ଶ୍ରୋଟହେବେ ବୋଲି ସମସ୍ତେ ଆଶା ପୋଷଣ କରିଛନ୍ତି ।
ଆନ୍ତର୍ଜାତୀୟ ପାରା ବେଡମିଣ୍ଟନରେ ତାମ୍ର ପଦକ ଜିତି ନୂଆପଡା ଜିଲ୍ଲା ପାଇଁ ଗୌରବ ଆଣିଲେ ବିଶ୍ବାସ ରଞ୍ଜନ ପଣ୍ଡା।
73