

ନୂଆପଡ଼ା -୮/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ ଉପତ୍ୟକା ରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଇଙ୍କ ପବିତ୍ର ଶକ୍ତିପୀଠରେ ମା’ ସୁନାଦେଇଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦୂରଦୂରାନ୍ତର ରୁ ବହୁ ଶ୍ରଦ୍ଧାଳୁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥିଲା।
ମା’ଙ୍କ ଜୟ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ନୂଆପଡ଼ା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି। ଛତିଶଗଡ଼ ,ନବରଙ୍ଗପୁର ,କଳାହାଣ୍ଡି, ବରଗଡ଼, ବଲାଙ୍ଗୀର ଜିଲ୍ଲା ଅଞ୍ଚଳ ର ମାଁ ସୁନାଦେଇ ଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତି ଭକ୍ତିମୟ କରି ଦେଇଥିଲା।
ବିନା ପ୍ରଶାସନ ର ସୁରକ୍ଷା ବ୍ୟବସ୍ଥାରେ ହଜାର ହଜାର ସଂଖ୍ୟକ ଯାନ ବାହାନ ଘାଟି ଅଞ୍ଚଳ ଅତିକ୍ରମ କରି ସୁନାବେଡ଼ା ପହଞ୍ଚି ଥିଲେ। ବ୍ୟାପକ ଜାମ ହେବା ରୁ ଦୀର୍ଘ ଘଣ୍ଟା ଯାତ୍ରୀ ମାନେ ଅଟକି ରହିଥିଲେ। ମାଁ ସୁନାଦେଇ ଯାତ୍ରା ରେ କୌଣସି ଧନ ଜୀବନ ହାନି ହେବାର ସୂଚନା ନାହିଁ। ଛୋଟ ମୋଟ ଘଟଣା ହୋଇଥିବା ବେଳେ ଏହି ଯାତ୍ରା ର ସୁରକ୍ଷା ବ୍ୟବସ୍ଥା ଆସନ୍ତା ବର୍ଷ ମାନଙ୍କ ରେ ପ୍ରଶାସନ ଦାୟିତ୍ବ ନେବା ଆବଶ୍ୟକ ହୋଇପଡିଛି। କାର୍ତ୍ତିକ ମାସ କୁଆଁର ପୂର୍ଣ୍ଣମୀ ତିଥିରେ ମାଁ ସୁନାଦେଇ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପୀଠ ସ୍ଥଳୀ ରୁ ମାଁ ଏକ ଛତର ବିରାଜମାନ ହୋଇ ସୁନାବେଡ଼ା ଲିଙ୍ଗ ଭଟା ଠାରେ ପ୍ରଥମ ପୂଜା ପାଇ ସେଠାରେ ଯୋଗ ଦେଇଥିବା ୮୪ ଟିକରି ଗ୍ରାମ ର ଭାଇ ଯୋଗ ଦେଇ ଥାନ୍ତି। ମାଁ କାଲିଶ ଦେହ ରେ ଆସି ବର୍ଷ ତମାମ ହିସାବ କରି ତାର ପ୍ରତିକାର ପାଇଁ ଆହ୍ବାନ କରିଥିଲେ। ଲିଙ୍ଗ ଭଟା ପୂଜା ପାଇ ସୁନାବେଡ଼ା ଗ୍ରାମ ର ପରିକ୍ରମା କରି ପୂଜା ପାଇଥାନ୍ତି। ଏ ଅବସର ରେ ମାନସିକ ପୂର୍ଣ୍ଣ ହୋଇଥିବା ଓ ଶ୍ରଦ୍ଧା ବତ୍ସଲ ଶ୍ରଦ୍ଧାଳୁ ଭକ୍ତ ମାନେ ଛାଗ ବଳି ଦେଇ ମାଁ ଙ୍କ ଆଶୀର୍ବାଦ ନେଇ ଥିଲେ।