19
ସିନାପାଲି – ୨୫/୩- ଝୁଣା ଧୂପ ଦୀପ ନୈବେଦ୍ୟ ରେ ମହକୁଛି ସାରା ଗାଁ ।ଘଣ୍ଟ ଘଣ୍ଟି ସାଙ୍ଗକୁ ମା ଙ୍କ ଦେବୀ ବାଦ୍ୟ ର ତାଳେତାଳେ ମା ନାନୀ ମା ଙ୍କ ଘଟ ପରିକ୍ରମା ରେ ଶହ ଶହ ଜନସାଧାରଣ ସାମିଲ ହୋଇଥିଲେ। ଗାଁ ସାରା ଉତ୍ସବ ମୁଖର ହୋଇ ଆଧ୍ୟାତ୍ମିକ ପରିବେଶ ରେ ସମସ୍ତେ ସାମିଲ ହୋଇ ମା ଙ୍କ ପାଖରେ ଆଶିଷ ଭିକ୍ଷା କରିଛନ୍ତି।ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଗୋଡାକ ଅଞ୍ଚଳ ର ସଂସ୍କୃତି ,ପରମ୍ପରା ଏକତା, ଓ ବିଶ୍ୱାସ ର ପ୍ରତୀକ ମା ନନୀ ଦେଈ ଙ୍କ ଚୈତ୍ର ପର୍ବ ମହା ଆଡ଼ମ୍ବରରେ ବୁଧବାର ପାଳିତ ହୋଇ ଯାଇଛି।

ଏଥି ପାଇଁ ଗୋଡ଼ାଳ ଗାଁ ଚଳଚଞ୍ଚଳ ହୋଇ ଉଠିଥିଲା। ଗାଁ ସାରା ରଙ୍ଗୀନ ଆଲୋକ ମାଲା ସାଙ୍ଗକୁ ମା ଙ୍କ ଆବାହନ ରେ ପ୍ରକମ୍ପିତ ହୋଇ ଉଠିଥିଲା। ଗୋଡ଼ାଳ ଗାଁ ବସ୍ତି ରେ ଥିବା ଛତର ମନ୍ଦିର ଠାରୁ ପୂଜାର୍ଚ୍ଚନା ପରେ ଘଟ ବାହାରି ଗାଁ ପରିକ୍ରମା କରିଥିଲେ। ଘରେ ଘରେ ମା ଙ୍କ ଘଟ କଳସ କୁ ବନ୍ଦାପନା କରି ଆଶିଷ ଭିକ୍ଷ କରିଥିଲେ।ପରେ ଦେବୀ ଙ୍କ ଆବିର୍ଭାବ ସ୍ଥଳ ବାହାଲ ଗୁଡ଼ିରେ ରାତ୍ରି ସମୟରେ ଜେନା ବଳି ଦିଆଯାଇଥିଲା। ମାନସିକ ଧାରୀ ମାନେ ଅଧିଆ ପଡ଼ିବା ସହ ଅପୁତ୍ରିକ ନାରୀ ପୁତ୍ର ପ୍ରାପ୍ତି କାମନା କରିଥିଲେ। ଏହି ଅଞ୍ଚଳ ର ଏହି ପରମ୍ପରା କେଉଁ ଆବାହମାନ କାଳରୁ ଚାଲି ଆସିଥିବା ବେଳେ ଅଞ୍ଚଳ ର ଆରାଧ୍ୟା ଦେବୀ ଭାବରେ ବେଶ୍ ଜଣାଶୁଣ। କିମ୍ବଦନ୍ତୀ ରୁ ଶୁଣାଯାଏ, ଅଞ୍ଚଳ ର ଆଦିମ ଆଦିବାସୀ ମାନେ ପରମ୍ପରା ଭାବରେ ଗାଁ ଗଣ୍ଡା ଗୁଡିକରେ ଅଞ୍ଚଳ ର ସୁରକ୍ଷା ପାଇଁ ଦେବୀ ସ୍ଥାପନ କରି ପୂଜା କରୁଥିଲେ। ସେତେବେଳର ସିନାପାଲି ବ୍ଲକ ସିଙ୍ଗଝର ଗୌନ୍ତିଆ (ଗୌନ୍ତିଆ ଶାସନ ସମୟ ରେ) ବୁଢ଼ୀ ମା ଓ ତାଙ୍କ ଝିଅ ନନୀ ମା ଙ୍କୁ ପୂଜା କରୁଥିଲେ। ସିଙ୍ଗଝର ଠାରେ ଥିବା ଦେବୀ ପିଠ କୁ ଗୌନ୍ତିଆ ଙ୍କ ଝିଅ ସଫା ସୁତୁରା ରଖିବା ସହ ପୂଜା ପାର୍ବଣ ସମୟରେ ଦେବୀ ଙ୍କ ପୂଜାବିଧି କାର୍ଯ୍ୟ ରେ ଦେବୀ ଙ୍କ ସେବା କରୁଥିଲେ। ଗୋଡ଼ାଳ ର ତତ୍କାଳୀନ ଗୌନ୍ତିଆ ଙ୍କ ପୁଅ ସହିତ ବାହାଘର ହୋଇଥିଲା। ଦେବୀ କିନ୍ତୁ ସେହି ଝିଅ ପ୍ରତି ମୋହିତ ହୋଇ ତାଙ୍କ ସାଙ୍ଗରେ ଚାଳି ଆସିଥିଲେ। ଏହା ଜାଣିବା ପରେ ସିଙ୍ଗଝର ଗୌନ୍ତିଆ ଗାଁ ଲୋକଙ୍କ ସହ ଦେବୀ ଙ୍କୁ ନେବା ପାଇଁ ଗୋଡ଼ାକ ଆସିଲେ ମଧ୍ଯ ଯିବାକୁ ମନା କରିଦେଲେ। ପରେ ଗୋଡ଼ାଳ – ଡଙ୍ଗର ଗାଁ ମଧ୍ୟଭାଗରେ ଥିବା ସ୍ଥାନରେ ଲିଙ୍ଗ ରୂପେ ଆବିର୍ଭାବ ହୋଇ ପୂଜା ପାଉଛନ୍ତି।