69
ନୂଆପଡ଼ା -୨୬/୮ (ସୁରେନ୍ଦ୍ର ତିୱାରୀ) ନୂତନ ଭାବରେ ଯୋଗଦାନ କରିଥିବା ନୂଆପଡା ଜିଲ୍ଲା ର କାର୍ଯ୍ୟକ୍ରମ ପ୍ରବନ୍ଧକ ସତ୍ୟନାରାୟଣ ତ୍ରିପାଠୀ ଙ୍କୁ ଜାତୀୟ ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତି ଶ୍ରୀ ତ୍ରିପାଠୀ ଙ୍କ ପ୍ରକୋଷ୍ଠ କୁ ଯାଇ ପୁଷ୍ପ ଗୁଚ୍ଛ ସହିତ ଉପଢୌକନ ପ୍ରଦାନ କରି ସମ୍ୱର୍ଦ୍ଧନା ଦିଆଯାଇଥିଲା। ଏ ଅବସର ରେ ସଂଘ ର ସଭାପତି ଦିବ୍ୟ ରଞ୍ଜନ ନାଏକ,ସମ୍ପାଦକ ନରେନ୍ଦ୍ର ପ୍ରଧାନ, କୋଷାଧକ୍ଷ ସୁଜିତ କୁମାର ସୁପକାର,ଉପସଭାପତି ଦେବୀ ପ୍ରସାଦ ମିଶ୍ର,ଜିଲ୍ଲା କାର୍ଯକାରିଣୀ ସଦସ୍ୟ ଅରବିନ୍ଦ ନାୟକ,ସୁମିତ ମିଶ୍ର,ଶରତ ବେଯୋ, ଶ୍ରୀକାନ୍ତ ଆଚାର୍ଯ୍ୟ,ତାପସ ବହିଦାର, ସୁରେନ୍ଦ୍ର ଦେୱାଙ୍ଗନ, ଧୀରେନ୍ଦ୍ର ପଟେଲ, ପ୍ରତାପ ବେହେରା, କ୍ଷୀରୋଦ ପଣ୍ଡା,ଅକ୍ଷୟ କୁମାର ମିଶ୍ର,ରତ୍ନମଣୀ ଭୁଏ,ଇପ୍ସିତ ହୋତା, ଘନସୁନ୍ଦର ପ୍ରଧାନୀ,ସମୀର ରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ |