ନୂଆପଡା -୯/୧୦ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଉପନର୍ବାଚନ ର ତାରିଖ ଘୋଷଣା ପରେ ସମଗ୍ର ଜିଲ୍ଲାରେ ନିର୍ବାଚନ ଆଚାର ସଂହିତା ଲାଗୁ ହେଲାଣି। ରାଜନୈତିକ ବାତାବରଣ ଧିରେ ଧିରେ ଗରମ ହେଉଛି। ଚା ଦୋକାନ, ପାନ ଦୋକାନ ଛକ ଛକ ରେ ଗୋଟିଏ ଚର୍ଚ୍ଚା କିଏ ହାତେଇବ ନୂଆପଡ଼ା ବିଧାନ ସଭା ସିଟ ? କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଦେଇଛି। ତୃଣମୂଲ ସ୍ତର ର ଆଦିବାସୀ ପ୍ରାର୍ଥୀ ରୂପେ ନେତା ଘାସିରାମ ମାଝିଙ୍କ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସ ଦଳୀୟ ଟିକେଟ ଦେଇ ତାଙ୍କ ନ୍ୟାୟ ଯାତ୍ରା ଆରମ୍ଭ କରି ପ୍ରଚାର ଆରମ୍ଭ କଲେଣି। ଏପଟେ ବିଜୁ ଜନତା ଦଳ ଉପରେ ଜୟ ଢୋଲକିଆ ଙ୍କ ନଜର, ଏ ଯାଏଁ ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ହେଇନି। ତଦୃପ ବିଜେପି ମଧ୍ୟ ନିଜ କାର୍ଡ ଖୋଲିନି ବିଜେପି ରେ ଆଶାୟୀଙ୍କ ଲମ୍ଭା ଲାଇନ୍ ଲାଗିଛି। ଘୋଷଣାରେ ବିଳମ୍ବକୁ ନେଇ ବି ବିଜେପିର ବରିଷ୍ଠ ନେତା ଓ କର୍ମୀମାନେ ସମୟ କୁ ଅପେକ୍ଷା କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଏହି ଆସନ ଲାଗି ବିଜେପିର ୩ ନେତାଙ୍କ ନାଁ ଚର୍ଚ୍ଚା ହେଉଛି। କିନ୍ତୁ ଉଚ୍ଚ ନେତୃମଣ୍ଡଳୀ ଏ ସମ୍ପର୍କରେ ନିଷ୍ପରି ଝୁଲାଇ ରଖିଛନ୍ତି। ଫଳରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉତ୍ତରାଧିକାରୀ ଅଭିନନ୍ଦନ ପଣ୍ଡା ପୁଣି ଟିକେଟ ପାଇବେ ନା ନୂଆଁ ଚେହେରା ଟିକେଟ ପାଇବେ ସମସ୍ତଙ୍କ ମଧ୍ୟରେ ଏକ ଉତ୍କଣ୍ଠା ଧିରେ ଧିରେ ବଢ଼ିବାରେ ଲାଗିଛି। ଗତ
ସାଧାରଣ ନିର୍ବାଚନରେ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ଟିକେଟ ଦେଇଥିଲା। ଗତ ନିର୍ବାଚନରେ ଦ୍ଵିତୀୟ ପରାଜିତ ପ୍ରାର୍ଥୀ ଘାସି ରାମ ମାଝି ଥିଲେ ସେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ଠାରୁ ୧୦ ହଜାରରୁ ଉର୍ଦ୍ଧ୍ବ ଭୋଟ ରେ ପରାଜିତ ହୋଇଥିଲେ । ବିଜେପି ତୃତୀୟ ସ୍ଥାନ ରେ ରହିଥିଲା। ସେତେ ବେଳେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସମର୍ଥନ ରେ ଶ୍ରୀ ମାଝି ସ୍ଵାଧୀନ ପ୍ରାର୍ଥୀ ଥିଲେ କିନ୍ତୁ ବର୍ତମାନ ସେ କଂଗ୍ରେସ ଦଳୀୟ ଟିକେଟ ରେ ଲଢ଼ିବେ। ଗତ ନିର୍ବାଚନରେ କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଚତୁର୍ଥ ସ୍ଥାନ ରେ ରହିଥିଲେ। କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବ ରେ ଏବେ କଂଗ୍ରେସ ନବ ଜୀବନ ପାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପଶ୍ଚିମ ଓଡ଼ିଶା ର ଏକ ଟାଣୁଆ ନେତା ରୁପେ ଭକ୍ତ ଙ୍କ ଛବି ରହିଛି ଓ ସେ ରାଜ୍ୟ ସଭାପତି ହେବା ପରେ ତୃଣମୂଲ ସ୍ତରରେ ସଂଗଠନ ମଜଭୁତ ହୋଇଛି। ଏହାର ଲାଭ କଂଗ୍ରେସ କୁ ମିଳିବ ହେଲେ ସ୍ବର୍ଗତ ଢୋଲକିଆଙ୍କ ସହାନୁଭୂତି ଲହର ରେ ଓ ବିଜେଡ଼ି ଦୁର୍ଗ କୁ ଭାଙ୍ଗିବାକୁ କଂଗ୍ରେସ ଓ ଅନ୍ୟାନ୍ୟ ଦଳଙ୍କୁ ନାକେଦମ୍ ହେବାକୁ ପଡିବ। ଡବଲ ଇଞ୍ଜିନ ସରକାର ର ନୂଆପଡ଼ା ବିଧାନ ସଭା ପ୍ରଥମ ଉପ ନିର୍ବାଚନ। ବିଜେପି ର ପ୍ରତିଷ୍ଠା ର ପ୍ରଶ୍ନ। ବିଜେପି ଯେମିତି ହେଲେ ଏ ଆସନ ହାତ ଛଡ଼ା କରିବ ନାହିଁ। ହେଲେ କ୍ରମାଗତ ସ୍ବର୍ଗତ ଢୋଲକିଆ ବିଜୟୀ ହୋଇ ଥରେ ମାତ୍ର ପରାଜିତ ର ସ୍ଵାଦ ଚାଖିଥିଲେ ଓ ମନ୍ତ୍ରୀ ବି ହୋଇଥିଲେ। ସେ ରାଜନେତା କମ୍ ଏକ ନିର୍ମଳ ଭାବମୂର୍ତ୍ତି ସମାଜ ସେବୀ ଥିଲେ।ତାଙ୍କ ଅନୁପସ୍ଥିତି ରେ ତାଙ୍କ ଦାୟାଦ ଜୟ ଢୋଲକିଆ ସହାନୁଭୂତି ଲହର ର ସଠିକ ଲାଭ ଉଠାଇ ପାରିବେ ତ ? କାରଣ ବିଜେଡ଼ି ରେ ଦଳୀୟ କନ୍ଦଳ ନଥିଲେ ବି ଜୟ ପାଖ ରେ ଅଭିଜ୍ଞତା ର ଅଭାବ ରହିଛି। ଏକ ଭଲ ସାରଥୀ ପାଇଲେ ସେ ନିର୍ବାଚନ ବୈତରଣୀ ପାର ହୋଇ ପାରିବେ ବୋଲି ରାଜନୈତିକ ବିଶ୍ଲେଶକ ମତ ଦେଉଛନ୍ତି। ଏ ଭଳି ପରିସ୍ଥିତି ରେ ତ୍ରିମୁଖି ପ୍ରତିଦ୍ବନ୍ଦିତା ନିଶ୍ଚିତ।
ଉପ ନିର୍ବାଚନ ପାଇଁ ବିଜେପି ନେତାଙ୍କ ଛାତି ଏବେ ଧଡଧଡ । ଆଉ ମାସକ ପରେ ଉପ ନିର୍ବାଚନ। ଆଶାୟୀ ନେତା ଭୁବନେଶ୍ବର ଯାଇ ବିଜେପି କାର୍ଯ୍ୟାଳୟ । ସଭାପତି ମନମୋହନ ସାମଲଙ୍କ ପାଖରେ ପଇଁତରା ମାରୁଛନ୍ତି । ତଥାପି ପ୍ରାର୍ଥୀଙ୍କ ନାମ ଘୋଷଣା ହେଉନାହିଁ I ଆଶାୟୀ ନେତାଙ୍କ ଏହି ଆସନ ନେଇ କିଛି ଅଲଗା ଅଙ୍କକଷା ଚାଳିଛି ବୋଲି ଚର୍ଚ୍ଚା ହେଉଛି। ବିଜେପି ର ତିନି ତୁଙ୍ଗ ଆଶାୟୀ ପ୍ରାର୍ଥୀ ଅଭିନନ୍ଦନ , ଯଦୁମଣି ଓ ପ୍ରସନ୍ନ କୁ ଛାଡ଼ି ବିଜେପି ଚତୁର୍ଥ ଚେହେରା ଆଣିବ ନି ତ ? ବିଜେପି ସବୁ ବେଳେ ନୂଆଁ କିଛି କରିଛି। ବିଜେପି ଏକ ଶୃଙ୍ଖଳିତ ଦଳ । ଶିର୍ଷ ନେତୃତ୍ବ କଣ କାର୍ଡ ଖେଳୁଛି ଦେଖିବା କୁ ବାକି ରହିଲା।
73
previous post