Home ରାଜ୍ୟଓଡ଼ିଶାରେ ‘ବନ ଅଧିକାର ଅଧିନିୟମ, ୨୦୦୬’ ର କାର୍ଯ୍ୟକାରିତା ସମ୍ପର୍କରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଲୋକସଭା ସଚିବାଳୟକୁ ଦିଆଯାଇଥିବା ଏକ ପ୍ରସ୍ତାବ।

ଓଡ଼ିଶାରେ ‘ବନ ଅଧିକାର ଅଧିନିୟମ, ୨୦୦୬’ ର କାର୍ଯ୍ୟକାରିତା ସମ୍ପର୍କରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଲୋକସଭା ସଚିବାଳୟକୁ ଦିଆଯାଇଥିବା ଏକ ପ୍ରସ୍ତାବ।

by Maraguda Express
0 comments
ବରଗଡ -୧୧/୩ – ଓଡ଼ିଶାରେ ‘ବନ ଅଧିକାର ଅଧିନିୟମ, ୨୦୦୬’ ର କାର୍ଯ୍ୟକାରିତା ସମ୍ପର୍କରେ ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଲୋକସଭା ସଚିବାଳୟକୁ ଦିଆଯାଇଥିବା ଏକ ପ୍ରସ୍ତାବ। ଓଡ଼ିଶାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀ ମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ। ବ୍ୟକ୍ତିଗତ ବନ ଅଧିକାର ଏବଂ ଗୋଷ୍ଠୀଗତ ବନ ସମ୍ପଦ ଅଧିକାର ପାଇଁ ଦିଆଯାଇଥିବା ଆବେଦନ ଗୁଡ଼ିକର ସମାଧାନରେ ଅହେତୁକ ବିଳମ୍ବ ଓ ଅନିୟମିତତା ହେଉଥିବା ସାଂସଦ ପ୍ରଦୀପ ପୁରୋହିତ ଦର୍ଶାଇଛନ୍ତି । ଅନେକ ଆବେଦନ ବିନା କୌଣସି ଯଥାର୍ଥ କାରଣରେ ଖାରଜ କରି ଦିଆଯାଉଛି, ଯାହାଫଳରେ ବନବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ସରକାରଙ୍କ ନିକଟରେ ଦାବି କରିଛନ୍ତି ପ୍ରଦୀପ ପୁରୋହିତ। ଜିଲ୍ଲା ଓ ବ୍ଲକ ଭିତ୍ତିରେ କେତେ ଆବେଦନ ମଞ୍ଜୁର ହୋଇଛି, କେତେ ପଡ଼ି ରହିଛି ଏବଂ କେତେ ଖାରଜ ହୋଇଛି,ତାହାର ସମ୍ପୂର୍ଣ୍ଣ ବିବରଣୀ ସଦନରେ ଉପସ୍ଥାପନ କରାଯାଉ। ପଡ଼ି ରହିଥିବା ମାମଲା ଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉ। ସେହିଭଳି ଗ୍ରାମସଭା ଓ ଜିଲ୍ଲା ସ୍ତରୀୟ କମିଟି ଗୁଡ଼ିକୁଅଧିକ ଶକ୍ତିଶାଳୀ କରି ଏହି ଆଇନର ସ୍ୱଚ୍ଛ କାର୍ଯ୍ୟକାରିତା ନିଶ୍ଚିତ କରାଯାଉ ବୋଲି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha