Home ରାଜ୍ୟଓଡ଼ିଶା ଡ୍ରାଇଭର ମହସଂଘ ର ୭ ଦଫା ଦାବି ପତ୍ର ପ୍ରଦାନ: ଦାବି ପୁରଣ ନହେଲେ ୮ ଜୁଲାଇ ଷ୍ଟେରିଂ ଛାଡ ଆନ୍ଦୋଳନ

ଓଡ଼ିଶା ଡ୍ରାଇଭର ମହସଂଘ ର ୭ ଦଫା ଦାବି ପତ୍ର ପ୍ରଦାନ: ଦାବି ପୁରଣ ନହେଲେ ୮ ଜୁଲାଇ ଷ୍ଟେରିଂ ଛାଡ ଆନ୍ଦୋଳନ

by Maraguda Express
0 comments

ଓଡ଼ିଶା ଡ୍ରାଇଭର ମହସଂଘ ର ୭ ଦଫା ଦାବି ପତ୍ର ପ୍ରଦାନ: ଦାବି ପୁରଣ ନହେଲେ ୮ ଜୁଲାଇ ଷ୍ଟେରିଂ ଛାଡ ଆନ୍ଦୋଳନ ନୂଆପଡ଼ା -୨୩/୬ (ଏମ.ଇ) ଆଜି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲା ଡ୍ରାଇଭର ମହାସଂଘ ମାଧ୍ୟମ ରେ ୭ ଦଫା ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ଭିମ୍ ସେନ ଶବର ଙ୍କୁ ପ୍ରଦାନ କରିଛନ୍ତି। ଦାବି ପତ୍ର ରେ ଓଡିଶା ମୋଟର୍ସ ଟ୍ରାନ୍ସପୋର୍ଟ ଡ୍ରାଇଭର ୱାର୍କର ୱେଲଫେୟର ବୋର୍ଡ ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ କରିବା, ଜନ ସାଧାରଣଙ୍କ ଆକ୍ରୋଶ ଶିକାର ହେଉଥିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରକୁ ୬୦ବର୍ଷ ବୟସ ରେ ସ୍ଵତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ି ଗୁଡ଼ିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ୧୦୦ କିଲୋ ମିଟର ମଧ୍ୟ ରେ ଆନୁଷଙ୍ଗିକ ବ୍ୟବସ୍ଥା , ଓଡ଼ିଶା ରେ ଥିବା ଖଣି ଖଦାନ ଏବଂ କାରଖାନା ଗୁଡିକରେ ୭୦ % ଶତକଡା ଓଡ଼ିଶା ଡ୍ରାଇଭର ରଖାଯାଉ, ସେପ୍ଟେମ୍ବର ୧ ତାରିଖ କୁ ଡ୍ରାଇଭର ଦିବସ ରୁପେ ଘୋଷଣା, ପୋଲିସ ବିଭାଗ କୁ ଗାଡ଼ି ର ଯାଞ୍ଚ ଅଧିକାର ଦିଆ ନଯାଉ ପ୍ରମୁଖ ଦାବି ରହିଛି। ଓଡ଼ିଶା ଡ୍ରାଇଭର ମହାସଂଘ ଗତ ୨୯ ମାର୍ଚ୍ଚ ୨୦୨୫’ ଛ ଦିନ ପାଇଁ ପିଏମଜି ଛକ ଭୁବନେଶ୍ୱର ରେ ଧାରଣା ଦିଆଯାଇଥିଲା କିନ୍ତୁ ପ୍ରଶାସନ ଦାବି ପ୍ରତି କର୍ଣ୍ଣପାତ କରିନଥିଲେ ବୋଲି ଅଭିଯୋଗ ହେଉଛି । ବାରମ୍ବାର ସରକାରଙ୍କ ଦ୍ବାରସ୍ଥ ହେବା ପରେ ମଧ୍ୟ ୭ ଦଫା ଦାବି ଗୁଡ଼ିକ ପୂରଣ କରିବାରେ ସରକାର ବିଫଳ ହୋଇଥିଲେ। ଏଣୁ ଶେଷ ଥର ଚେତାବନୀ ଦେଇ ସରକାର ନସୁଣିଲେ ଆସନ୍ତା ୮ ଜୁଲାଇ ୨୦୨୫ ଦିନ ଗାଡ଼ି ଚାଳନା ବନ୍ଦ ହେବ। ଷ୍ଟେରିଂ ଛାଡ଼ ଆନ୍ଦୋଳନ ହେବ ବୋଲି ଜିଲ୍ଲା ସଭାପତି ଦୁର୍ଗା ଚରଣ ବିଶି ଓ ସମ୍ପାଦକ ପୁରନ୍ଦର ପ୍ରସାଦ ବାଗ ଚେତାବନୀ ଦେଇଛନ୍ତି। ଭରତ ଦଣ୍ଡସେନା କୋଷାଧ୍ୟକ୍ଷ, ଜୀତେନ୍ଦ୍ର ପାତ୍ର ସହ ସଂପାଦକ, ହେମରାଜ ମଲ୍ଲିକ ଜିଲ୍ଲା ଏଡମିନ, ଫଗୁଣ ଅଦା ଜିଲ୍ଲା ଉପସଭାପତି, ବ୍ଲକ ସଭାପତି ଅବଦୁଲ ସଲିମ, ସହଯୋଗୀ ଗଣେଷ ସହିସ, ମଧୁ ବିଶି, ସାଲିକ ରାମ ଦଣ୍ଡସେନା ପ୍ରମୁଖ ସାମିଲ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha