
ନୂଆପଡ଼ା -୧୯/୧୦(ସବ୍ୟୁ) ଆଜି ନୂଆପଡା ଉପ ନିର୍ବାଚନ ନେଇ ବିଜେଡ଼ି ପ୍ରାର୍ଥୀ ପୁର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ଶକ୍ତି ପ୍ରଦର୍ଶନ ଓ ରୋଡ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ତେଲିପଡ଼ା ଛକ ଠାରୁ ଉପରୋକ୍ତ ଶୋଭାଯାତ୍ରା ବାହାରି ବିପୁଳ ଜନ ସମର୍ଥନ ରେ ନୂଆପଡ଼ା ନଗର ପରିକ୍ରମା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ରୋଡ ସଭା କୁ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ଜିଲ୍ଲା ତାଙ୍କ ମାମୁ ଘର ବୋଲି ପ୍ରକାଶ କରିଥିଲେ । ବିଜୁବାବୁ ଙ୍କ ଜିଲ୍ଲା ଗଠନ ଏବଂ ନବୀନ କରିଥିବା ବିକାଶ ମୂଳକ କାର୍ଯ୍ୟ ନେଇ ଜନତା ଜନାର୍ଦ୍ଦନ ଙ୍କ ପାଖକୁ ଯିବେ ଏବଂ ଭୋଟ ଭିକ୍ଷା କରିବେ ବୋଲି ଉଦବୋଧନ ଦେଇଥିଲେ।
ସଭାରେ ସଂଜୟ ଦାଶ ବର୍ମା, ପୁର୍ବତନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ପୁଷ୍ପେନ୍ଦ୍ର ସିଂ ଦେଓ , ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା, ମନୋଜ ମିଶ୍ର, ଅବନୀ ଯୋଶୀ ପ୍ରମୁଖ ନେତା ଯୋଗ ଦେଇଥିଲେ। ବିପୁଳ ଜନ ସମାଗମ ହୋଇଥିଲା। ଆସନ୍ତା କାଲି ସୋମବାର ଦିନ ପୁର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବିଜେଡ଼ି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ।
ଉପନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ଶକ୍ତି ପ୍ରଦର୍ଶନ।
57