Home ରାଜ୍ୟଖଇରା ପଞ୍ଚାୟତ ଗୋହିରାପଦର ରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ, ବୁଧବାର ପୂର୍ଣ୍ଣାହୁତି।

ଖଇରା ପଞ୍ଚାୟତ ଗୋହିରାପଦର ରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ, ବୁଧବାର ପୂର୍ଣ୍ଣାହୁତି।

by Maraguda Express
0 comments
ବୋଡ଼େନ -୨୩/୩ – (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ର ଗୋହିରାପଦର ଠାରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେଉଅଛି l ରବିବାର ଅଧିବାସ ରହି ସୋମବାର ପ୍ରାତଃ ରୁ ନାମ ଆରମ୍ଭ ହୋଇ ବୁଧବାର ଦିନ ପୂର୍ଣାହୁତି ହେବ l କର୍ତ୍ତା ଭାବେ ମିନିକେତନ ମାଝୀ ଓ ପତ୍ନୀ ତୁଲସେ ମାଝୀ ଦାୟିତ୍ୱ ତୁଲାଉଥିବାବେଳେ ଜିତ ଦାସ ଓ ନବକିଶୋର ଯୋଷୀ ପୌରୋହିତ୍ୟ କରୁଛନ୍ତି l ପଡ଼ାର କୁବେର ମାଝୀ, ପୂର୍ଣ୍ଣ ମାଝୀ, ଓଁକାର ମାଝୀ,ଡମ୍ବରୁ ମାଝୀ,ଶତ୍ରୁଜିତ ମାଝୀ, ଅରୁଣ ମାଝୀ, ରାମ ମାଝୀ, ଦବଳ ମାଝୀ, ଉଗରେସନ ମାଝୀ ବୃହସ୍ପତି ମାଝୀ, ରଫା ମାଝୀ, ଜୟ ରାମ ମାଝୀ, ଚକ୍ର ମାଝୀ ,ମତିରାମ ମାଝୀ, ଅନ୍ତ ରାଉତ, ଜିତ ରାଉତ ନରୋତ୍ତମ ମାଝୀ, ମୋହନ ରାଉତ ପ୍ରମୁଖ ପୂଜା ଓ ଭଣ୍ଡାରା ଭୋଗ ବିତରଣ ରେ ସହଯୋଗ କରୁଛନ୍ତି l ଉପରୋକ୍ତ ଷୋହଲ ପ୍ରହରି ନାମ ଯଜ୍ଞ ଟି ବୁଢାଦେଓ ଯୁବକ ସଂଘ ଦ୍ୱାରା ଆୟୋଜିତ ହେଉଅଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha