89
ବୋଡେ଼ନ -୧୦/୯ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଆର.ଆଇ. ଅଫିସ ନିକଟସ୍ଥ ବୁଲାଣି ରାସ୍ତାରେ ବାଇକରେ ଅନ୍ୟ କୁଆଡେ ଯାଉଥିବାବେଳେ ବାଇକ ଦୁର୍ଘଟଣା ରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଯୁବକ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ବୋଡେ଼ନ ଡାକ୍ତର ଖାନାପଠାଯାଇଛି l ମିଳିଥିବା ସୂଚନା ଅନୁସାରେ ରୟାଧର ଦଳ ଓ ଜଣେ ଅନ୍ୟ ସାଥି ସାଙ୍ଗେ ଖଇରା ରୁ ବାହାରି କୁଆଡେ ଯାଉଥିବାବେଳେ ବୁଲାଣି ରାସ୍ତାରେ ଏକ ଗଛରେ ପିଟିହୋଇଥିଲା, ଫଳରେ ରୟାଧର ଦଳ (୩୬)ଙ୍କର ଘଟନସ୍ଥଳରେ ମୃତ୍ୟୁ ଘଟିଛି l ପୋଲିସ ବାଇକ ଓ ଶବକୁ ଜବତ କରି ବୋଡେ଼ନ କୁ ଶବ ବ୍ୟବଚ୍ଛେଦ ପାଇଁ ନେଇ ଛନ୍ତି। ବୋଡେ଼ନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।