Home ରାଜ୍ୟଖଡ଼ିଆଳ ଥାନା: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ରେ ଦୁଇ ଗିରଫ,ଜଣେ ଫେରାର

ଖଡ଼ିଆଳ ଥାନା: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ରେ ଦୁଇ ଗିରଫ,ଜଣେ ଫେରାର

by Maraguda Express
0 comments

ନୂଆପଡ଼ା -୨୮/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟରତ ସାମ୍ବାଦିକଙ୍କୁ ୨୮ ଜୁନ ୨୦୨୫ ଦିନ ଜାତୀୟ ରାଜପଥ ୩୫୩ ପାର୍ଶ୍ଵ ବୋଡ଼େନ ଛକ ଶ୍ୟାମ କୁଞ୍ଜ ନିକଟରେ  ଥିବା  ଏସ.ବି.ଅଟୋ ସ୍ପେୟାର ପାର୍ଟସ ନିଜ ଦୋକାନରେ ବସିଥିବା ବେଳେ ସଂଧ୍ୟା  ପ୍ରାୟ ୬ ଟା ସମୟ ରେ ତିନିଜଣ ଅସାମାଜିକ ଯୁବକ ଦୋକାନରେ ପଶି ଅତର୍କିତ ଭାବରେ ଷ୍ଟିଲ ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ। ସାମ୍ବାଦିକ ସତ୍ୟବ୍ରତ ଷଡ଼ଙ୍ଗୀ ଏହି ଅତର୍କିତ ଆକ୍ରମଣ ରେ ଗୁରୁତର ଆହତ ହୋଇ ଅଚେତ ହୋଇ ପଡ଼ିଥିଲେ। ପୋଲିସ ଖବରପାଇ ତାଙ୍କୁ ପ୍ରଥମେ ଖରିଆର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ ପରେ ସେଠାରୁ ତାଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ୨୯ ଜୁନ ୨୦୨୫ ରେ ପରିବାର ଲୋକେ ଏନେଇ ଖରିଆର ଥାନାରେ ତିନିଜଣଙ୍କ ନାମରେ କେସ ଦାୟର କରିଥଲେ । କେସ ନମ୍ୱର-୧୯୬ , ୨୯ ଜୁନ ୨୦୨୫, ବିଏନଏସ ଧାରା ୨୯୬,୧୧୫(୨), ୧୧୭(୨),୧୦୯(୧), ୩୫୧(୩) ଓ ୩(୫) ଦଫା ରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ତିନିଜଣଙ୍କୁ ବିଭିନ୍ନ ସ୍ଥାନ ରେ ଚଢାଉ କରି ଖୋଜିବାରେ ଲାଗିଥିବା ବେଳେ ଗତକାଲି ବୋଡେ଼ନ ବ୍ଲକ ପଲସଦା ଗ୍ରାମ ରୁ ଦୁଇ ଜଣଙ୍କୁ ଧରିବା ରେ ସଫଳ ହୋଇଛି। ଗିରଫ ଦୁଇ ଜଣ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଦିଲୀପ କୁମାର ସାହୁ ସୁଚନା ଦେଇଛନ୍ତି । ଦୁଇ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ନାହଁ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha