
ନୂଆପଡ଼ା -୨୪/୧୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ର ପ୍ରସିଦ୍ଧ ଖଡିଆଳ ମହୋତ୍ସବ – ୨୦୨୬ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ପାଳନ କମିଟି ର ଆଜି ବୈଠକ ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହେଇଥିଲା। ଉପରୋକ୍ତ ବୈଠକ ରେ ଖଡିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ସଭାପତି, ପ୍ରୁଥିରାଜ୍ ମହାନ୍ତି ସମ୍ପାଦକ ରୂପେ ମନୋନୀତ ହୋଇଛନ୍ତି। ଆଜି ଖଡିଆଳ ମହୋତ୍ସବ ପାଳନ କମିଟି ପୂର୍ବତନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ନୂତନ ପାଳନ କମିଟି ଗଠିତ ହୋଇଯାଇଅଛି।ମହୋତ୍ସବ ପାଳନ କମିଟି ଅନ୍ୟାନ ସଦସ୍ୟ ରୂପେ ତିନି ଜନ ଉପ ସଭାପତି ରୂପେ ଡ଼.ସୁଶାନ୍ତ ବିଶି, ସୁଶାନ୍ତ ତାଣ୍ଡି, ଏବଂ ଉଜ୍ଜଳ ଗୁପ୍ତା ମନୋନୀତ ହୋଇଥିବା ବେଳେ ସହ-ସମ୍ପାଦକ ରୂପେ ଗିରିଧାରୀ ବିଭାର, ପ୍ରବୀଣ କୁମାର ପଟ୍ଟନାୟକ, ହିରାଧର ମେହେର ମନୋନୀତ ହୋଇଛନ୍ତି। କୋଷାଧ୍ୟକ୍ଷ ରୂପେ ପବିତ୍ର ମୋହନ ପ୍ରଧାନ, କୋଷାଧ୍ୟକ୍ଷ ସହଯୋଗୀ ରୂପେ ଦେବାଶିଷ ତାଣ୍ଡି, ତାପସ ପତି ମନୋନୀତ ହୋଇଛନ୍ତି। ସେହିପରି ଉପଦେଷ୍ଟା ରୂପେ ଜିତେନ୍ଦ୍ର ନାଥ ପଟ୍ଟନାୟକ, ନିମାଇ ଚରଣ ତାଣ୍ଡି, ସୁନିଲ କୁମାର ସାହୁ, ଡ଼.ପଦ୍ମଲୋଚନ ବର୍ମା ମନୋନୀତ ହୋଇଛନ୍ତି।


ଖଡିଆଳ ମହୋତ୍ସବ – ୨୦୨୬ : ପାଳନ କମିଟି ଗଠିତ, ବିଧାୟକ ଅଧିରାଜ ସଭାପତି ଓ ପ୍ରୁଥିରାଜ୍ ମହାନ୍ତି ସମ୍ପାଦକ ।
ନୂଆପଡ଼ା ଜିଲ୍ଲା ର ପ୍ରସିଦ୍ଧ ଖଡ଼ିଆଳ ମହୋତ୍ସବ
66