27
ବୋଡ଼େନ – ୩୧/୩ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମରେ ଗୋର୍ଲା ଗ୍ରାମର ଦଣ୍ଡସେନା ସମାଜ ଆନୁକୂଲ୍ୟରେ ଖଡ଼ିଆଳ ରାଜ କଲାର ସମାଜ ର ବାର୍ଷିକ ସମ୍ମିଳନୀ ହର୍ଷ ଉଲ୍ଲାଷ ସହ ଅନୁଷ୍ଠିତ ହୋଇଯାଇଛି l ବୈଠକଟି ଖଡ଼ିଆଳ କ୍ଷେତ୍ର ର ସଭାପତି ରୋହିତ କୁମାର ଦଣ୍ଡସେନା ଙ୍କ ସଭାପତିତ୍ୱ ରେ ପରିଚାଳିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସଭାପତି ଦେଭୋଗ କ୍ଷେତ୍ରର ଖେମରାଜ ସିହ୍ନl, ମୁଖ୍ୟ ବକ୍ତା ଭାବେ ପାନାବେଡା କ୍ଷେତ୍ର ସଭାପତି ରାଜୁ ସିହ୍ନl, ସମ୍ମାନିତ ଅତିଥି ଭାବେ ବୋଡାଶମ୍ବର ର ହରେକୃଷ୍ଣ ଦଣ୍ଡସେନା, ପାଟଣା କ୍ଷେତ୍ରର ଖଗେଶ୍ୱର ଦଣ୍ଡସେନା,ଶୁଭ ନାରାୟଣ ଦଣ୍ଡସେନା, ନରେଶ ସିହ୍ନl , ଓଁକାର ସିହ୍ନl, ତୁଳସି ରାମ ସିହ୍ନl, ପୁନିତ ରାମ ସିହ୍ନl ପ୍ରମୁଖ ମଞ୍ଚାସୀନ ଥିଲେ l ପ୍ରଥମେ କଳସ ଯାତ୍ରା ନଗର ପରିକ୍ରମା କରି ବାହାଦୁର କଳାରିନ ଓ ଭଗବାନ ସାହସ୍ର ବାହୁ ଅର୍ଜୁନ ଙ୍କର ପୂଜାର୍ଚନା କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା, l ସମ୍ପାଦକ ଶୋଭାରମ ଦଣ୍ଡସେନା, କୋଷଧ୍ୟାକ୍ଷ ଛବିଲାଲ ଦଣ୍ଡସେନା, ଉପସଭାପତି ସୀତାରାମ ଦଣ୍ଡସେନା, ସହ ସମ୍ପାଦକ ବେନୁପାଣି ଦଣ୍ଡସେନା,କୋଶ ନିରୀକ୍ଷକ ମଦନ ଦଣ୍ଡସେନା, ଈଶ୍ୱର ଦଣ୍ଡସେନା, ପଞ୍ଚ ବୋଡେ଼ନ ଗରୁଡଧ୍ଵଜ ଦଣ୍ଡସେନା, ପଞ୍ଚ ଖଇରା ଜିତେନ୍ଦ୍ର ଦଣ୍ଡସେନା, କୃଷ୍ଣ ଚନ୍ଦ୍ର ଦଣ୍ଡସେନା ପଞ୍ଚ ଟିମନପୁର, ଗୋର୍ଲା ପଞ୍ଚ ତେଜୁରାମ ଦଣ୍ଡସେନା, ସୁନ୍ଦରଲାଲ ଦଣ୍ଡସେନା ପଞ୍ଚ ଢ଼ୀଙ୍ଗିଆ ମୁଣ୍ଡା ପ୍ରମୁଖ ସଭାରେ ଅନେକ ସ୍ୱଜାତି ମହିଳା ଓ ଭଦ୍ରବ୍ୟକ୍ତି ସହ ଉପସ୍ଥିତ ଥିଲେ l ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଶତ ହୋଇଥିଲା l ବକ୍ତା ମାନେ ସମାଜର ସଂସ୍କାର ଓ ଉନ୍ନତି ନିମନ୍ତେ ମତାମତ ଦେଇଥିବାବେଳେ ଶୋଭାରମ ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ ଓ ପରିଶେଷରେ ବେନୁପାଣି ଦଣ୍ଡସେନା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।