Home ରାଜ୍ୟମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସାମଗ୍ରୀ ଜବତ: ବଡ଼ ଯୋଜନା ଭଣ୍ଡୁର         

ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସାମଗ୍ରୀ ଜବତ: ବଡ଼ ଯୋଜନା ଭଣ୍ଡୁର         

ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସାମଗ୍ରୀ ଜବତ: ବଡ଼ ଯୋଜନା ଭଣ୍ଡୁର         

by Maraguda Express
0 comments

ମାଓକ୍ୟାମ୍ପ ଠାବ ଓ ବିସ୍ଫୋରକ ସାମଗ୍ରୀ ଜବତ: ବଡ଼ ଯୋଜନା ଭଣ୍ଡୁର                                                               ନୂଆପଡ଼ା -୮/୭ (ସୁରେନ୍ଦ୍ର ତିୱାରୀ) ଛତିଶଗଡ଼- ଓଡ଼ିଶା ସୀମା ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେସନ ସମୟ ରେ ଏକ ମାଓ କ୍ୟାମ୍ପ ଠାବ କରି ସେଠାରୁ ବିପୁଳ ପରିମାଣ ରେ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଆଜି ନୂଆପଡ଼ା ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ସୁଚନା ଦେଇଛନ୍ତି। ନିର୍ଦ୍ଧିଷ୍ଟ ଗୋଇନ୍ଦା ସୂତ୍ର ରୁ ଖବର ପାଇ ନୁଆପଡ଼ା ପୋଲିସ ମିଳିତ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଡିଭିଏଫ ଫୋର୍ସ ଦ୍ଵାରା ସିନାପାଲି ଥାନା(ଓଡ଼ିଶା-ଛତିଶଗଡ଼) ସୀମା ଅନ୍ତର୍ଗତ ନାରାୟଣ ଡୋଙ୍ଗରୀ ପାହାଡ ରୁ ଏକ ମାଓ କ୍ୟାମ୍ପ ଠାବ କରି ସେଠାରୁ ଗୋଟିଏ ଟିଫିନ୍ ଆଇଇଡି,୨୦ଖଣ୍ଡ ଜିଲେଟିନ ଷ୍ଟିକ୍, ଇଲେଟ୍ରିକ ଡିଟୋନେଟର, ବିତ୍ୟୁତ ତାର, ଟର୍ଚ୍ଚ ଲାଇଟ,ପଲିଥିନ ସିଟ ସହ ଅନ୍ୟାନ୍ୟ ମାଓ କ୍ୟାମ୍ପ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ଟିଫିନ୍ ଆଇଇଡି ସୂଚାଇ ଦେଉଛି ଯେ ପୋଲିସ ବାହିନୀ ଉପରେ କିଛି ବଡ ହିଂସାତ୍ମକ ଅଘଟଣ ଘଟାଇବା ଉଦ୍ଧେଶ୍ୟ ରେ ମାଓବାଦୀମାନେ ନାରାୟଣ ଡୋଙ୍ଗରି ପାହାଡ ରେ ମେଳିବାନ୍ଧୀ ବୈଠକ କରିଥିଲେ। ନୂଆପଡ଼ା ପୋଲିସ ର ସମୟୋଚିତ ସତର୍କତା ଅବଲମ୍ବନ ଦ୍ଵାରା ଏକ ନିର୍ଦ୍ଧିଷ୍ଟ ଆକ୍ରମଣ ପୁର୍ବରୁ ମାଓବାଦୀ ଙ୍କ ଯୋଜନାକୁ ଭଣ୍ଡୁର କରିବାରେ ସକ୍ଷମ ହୋଇଛନ୍ତି। ମାଓକ୍ୟାମ୍ପ ଠାବ ପରେ ଉପରୋକ୍ତ ଅଞ୍ଚଳ ରେ କୁମ୍ବିଂ ଅପରେଶନ ଜୋରଦାର କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha