24
ନୂଆପଡ଼ା -୭/୦୨- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନସ୍ଵାସ୍ଥ୍ୟ ବିଭାଗ, ସହରାଞ୍ଚଳ ଜଳ ଯୋଗାଣ ବିଭାଗର କାର୍ଯ୍ୟାବଳୀ ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇ. ଜନସ୍ଵାସ୍ଥ୍ୟ ଖଣ୍ଡ, ଭବାନୀପାଟଣା ସୁବ୍ରତ କୁମାର ଦାଶ ବିଭାଗ ଦ୍ଵାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପସ୍ଥାପନା କରିଥିଲେ l ସମୀକ୍ଷାରୁ ଜଣା ଗଲା ଯେ ଜିଲ୍ଲାର ଖଡିଆଳ ସହରରେ ତିଖାଲି ଡ୍ୟାମ୍ ରୁ ୨୮୬୬ଟି ଜଳ ସଂଯୋଗ ଦ୍ଵାରା ୧୯୦୭୨ ଜଣଙ୍କୁ, ଖରୀଆର ରୋଡ ସହରରେ ପତୋରା ଡ୍ୟାମ୍ ରୁ ୩୩୭୬ଟି ଜଳ ସଂଯୋଗ ଦ୍ଵାରା ୨୪୦୧୬ ଜଣଙ୍କୁ ଏବଂ ନୂଆପଡା ରେ ମଧ୍ୟ ପତୋରା ଡ୍ୟାମ୍ ରୁ ୨୨୮୮ଟି ଜଳ ସଂଯୋଗ ଦ୍ଵାରା ୨୦୫୨୨ଜଣଙ୍କୁ ପାନୀୟ ଜଳ ଯୋଗାଇ ଦିଆ ଯାଉଛି ।