Home ରାଜ୍ୟବେଲଟୁକରି ଗ୍ରାମପଞ୍ଚାୟତରେ ସ୍ୱଚ୍ଛତା ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବିରୋଧୀ ଅଭିଯାନର ନେତୃତ୍ୱ ନେଲେ ନୂଆପଡ଼ା ଜିଲ୍ଲାପାଳ

ବେଲଟୁକରି ଗ୍ରାମପଞ୍ଚାୟତରେ ସ୍ୱଚ୍ଛତା ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବିରୋଧୀ ଅଭିଯାନର ନେତୃତ୍ୱ ନେଲେ ନୂଆପଡ଼ା ଜିଲ୍ଲାପାଳ

by Maraguda Express
0 comments

ନୂଆପଡ଼ା -୨୬/୭ (ସୁରେନ୍ଦ୍ର ତିୱାରୀ) ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବିରୋଧରେ ଦୃଢ଼ ପଦକ୍ଷେପ ତଥା ପରିବେଶ ସୁରକ୍ଷା ପ୍ରତି ସଚେତନତା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ବେଲଟୁକରି ଗ୍ରାମପଞ୍ଚାୟତରେ ଏକ ବୃହତ୍ ସ୍ୱଚ୍ଛତା ଓ ସଚେତନତା ଅଭିଯାନର ନେତୃତ୍ୱ ନେଇଥିଲେ l ଏହି ଅଭିଯାନ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ୨୦୨୫ ଅକ୍ଟୋବର ୨ ସୁଦ୍ଧା ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନର ଲକ୍ଷ୍ୟ ସହ ଜନ ଭାଗିଦାରୀରେ ଅନୁଷ୍ଠିତ ହେଉଛି। ଜିଲ୍ଲାପାଳଙ୍କ ସହ ଉପଜିଲ୍ଲାପାଳ ସୁରମୀ ସୋରେନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଙ୍ଗୀତା ପାତ୍ର, ମୃତ୍ତିକା ସଂରକ୍ଷଣ ଅତିରିକ୍ତ ନିର୍ଦ୍ଦେଶକ ସ୍ୱୟଂପ୍ରଭା ସିଂହ, ଜିଲ୍ଲା ସ୍ୱଚ୍ଛତା ସହାୟକ ଅନିଲ କୁମାର ଲେଙ୍କା, ବି.ଡି.ଓ ରୋହିତ କୁମାର ଭୋଇ, ବି.ଆର୍.ସି କମଲ ସାହୁ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।ଅଭିଯାନର ଆରମ୍ଭ ବେଲଟୁକରି ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା କରାଯାଇଥିଲା। ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନଙ୍କୁ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ କମ୍ କରିବା ଦିଗରେ ସଚେତନ କରାଗଲା। ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ଅଭିଯାନରେ ଯୁବପିଢିଙ୍କ ସକ୍ରିୟ ଭୂମିକା ଉପରେ ଗୁରୁତ୍ଵ ଦିଆଯାଇଥିଲା।ପରେ ବେଲଟୁକରି ବଜାର ଅଞ୍ଚଳରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ହୋଇଥିଲା। ସାପ୍ତାହିକ ହାଟ ବେଳେ ବ୍ୟବସାୟୀମାନେ ଓ ଦୋକାନୀମାନେ ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍ ର ହାନିକାରକ ପ୍ରଭାବ ବିଷୟରେ ସଚେତନ ହେଲେ। ଜିଲ୍ଲାପାଳ ନିଜେ ବଜାରକୁ ଯାଇ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ସହ କଥାବାର୍ତ୍ତା କରି ପ୍ଲାଷ୍ଟିକ୍ ର ବିକଳ୍ପ ବ୍ୟବ‌ହାର ପ୍ରତି ସଚେତନ କରିଥିଲେ । ଏହି ଅବସରରେ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ଏହାର ନିବାରଣ ଉପରେ ଶିକ୍ଷା ଓ ସଚେତନତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ଅଭିଯାନ ସମୟରେ ଅନ୍ୟୁନ ୩୮୫ କି.ଗ୍ରା ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ସଂଗ୍ରହ ହୋଇଛି, ଯାହା ଗ୍ରାମବାସୀଙ୍କ ସଚେତନତା ଏବଂ ସକ୍ରିୟ ଅଂଶଗ୍ରହଣକୁ ପ୍ରମାଣିତ କରିଛି। ଏହି ଉଦ୍ୟମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନା ଓ ସ୍ୱଚ୍ଛତା ଟିମ୍ ସହିତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରେ ସଫଳ ଭାବରେ ଅନୁଷ୍ଠିତ ହୋଇଛି। ଏହି ଅଭିଯାନ ନୂଆପଡ଼ାକୁ ଏକ ସିଙ୍ଗଲ୍‌ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟ ଦିଗରେ ଆଉ ପାଦେ ଆଗକୁ ନେଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha