ଚାନ୍ଦୋପଲା ରେ ହେବ ବୃହତ ଉଠା ଜଳସେଚନ ପ୍ରକଳ୍ପ : ଚାଷୀ ଙ୍କୁ କଥାଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ
ନୂଆପଡା- ୨୨/୬(ଏମ.ଇ) ନୂଆପଡ଼ା ଜିଲ୍ଲା ଗସ୍ତ ସମୟ ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଖରିଆର ବ୍ଲକର ଚାଷିମାନଙ୍କୁ ନେଇ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଅଣଜଳସେଚିତ ଜମି ରେ ମେଗା ଲିଫ୍ଟ ପଏଣ୍ଟ ଦ୍ଵାରା ଜଳସେଚନ କରି ବା ପାଇଁ ଦାବି ରଖି, ଦାବିପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଉପସ୍ଥିତ ଚାଷିମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରିଥିବା ରୁ ଚାଷିଙ୍କ ମଧ୍ୟ ରେ ଆନନ୍ଦ ଖେଳି ଯାଇଛି। ଉକ୍ତ ସୁଚନା ଅନୁଶାସନ ସଚିବ କେ ରାଜ ଶେଖର ରାଓ ଙ୍କ ପତ୍ର ସଂଖ୍ୟା -୧୫୪୪୧ ଦ୍ଵାରା ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଙ୍କୁ ସୂଚିତ କରିଥିବା ଜଣାପଡିଛି। ଉପରୋକ୍ତ ଦାବି ଦ୍ଵାରା ଚାନ୍ଦୋପଲା-୧ ଏବଂ ୨ ମେଗା ଲିଫ୍ଟ ପଏଣ୍ଟ ପ୍ରତିଷ୍ଠା ପାଇଁ ପ୍ରଶାସନିକ ଅନୁମୋଦନ ସହ ୧୪୭ କୋଟି ୫୯ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରି ଏହାକୁ ଟେଣ୍ଡର କରି ଉକ୍ତ କାର୍ଯ୍ୟକୁ ଶିଘ୍ର ଆରମ୍ଭ କରି ସମ୍ପୂର୍ଣ୍ଣ କରିବା ପାଇଁ ମୂଖ୍ୟ ଯନ୍ତ୍ରୀ, ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ପ୍ରକଳ୍ପ ଦ୍ୱାରା ଚାନ୍ଦୋପଲା ଅଞ୍ଚଳର ଅଣ ଜଳସେଚିତ ୩୧୮୦ ହେକ୍ଟର ଚାଷଜମି ଜଳସେଚିତ ହୋଇ ଚାଷି ମାନେ ଉପକୃତ ହେବେ।
ଚାନ୍ଦୋପଲା ରେ ହେବ ବୃହତ ଉଠା ଜଳସେଚନ ପ୍ରକଳ୍ପ: ଚାଷି ଙ୍କୁ କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ
811