Home ରାଜ୍ୟଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ସହିତ ରାଜନୈତିକ ଦଳର ପ୍ରତିନିଧିଙ୍କ ଆଲୋଚନା

ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ସହିତ ରାଜନୈତିକ ଦଳର ପ୍ରତିନିଧିଙ୍କ ଆଲୋଚନା

by Maraguda Express
0 comments

ନୂଆପଡ଼ା – ୩/୮(ସୁରେନ୍ଦ୍ର ତିୱାରୀ) ଭାରତ ନିର୍ବାଚନ ଆୟୋଗ ଏବଂ ନିର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ଆଜି ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଜାତୀୟ ଏବଂ ରାଜ୍ଯ ସ୍ତରୀୟ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ,ସୂର୍ମି ସୋରେନ ଉପ- ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ, ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ,ଶେଖ୍ ନସିମ, ଡେପୁଟୀ କଲେକ୍ଟର, ନିର୍ବାଚନ ବିଭାଗ ନୂଆପଡ଼ା ଉପସ୍ଥିତ ଥିଲେ l ଜାତୀୟ ଏବଂ ରାଜ୍ଯ ସ୍ତରୀୟ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ମଧ୍ୟରୁ କଂଗ୍ରେସ ଦଳରୁ ଅଭୟ ଶଙ୍କର ଯୋଶୀ, ବିଜେପି ଦଳରୁ ଶିବ ପ୍ରସାଦ ରଥ, ବିଜେଡି ଦଳରୁ ରମାକାନ୍ତ ଠାକୁର, ଆପ୍ ଦଳରୁ ଲକ୍ଷ୍ମୀ ତାଣ୍ଡି, ବହୁଜନ ସମାଜ ପାର୍ଟି ରୁ ଶୁକଦେବ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l ବୈଠକରେ ଜିଲ୍ଲାର ଯେଉଁ ମତଦାନ କେନ୍ଦ୍ରରେ ଭୋଟର ସଂଖ୍ୟା ୧୧୦୦ ରୁ ଉର୍ଦ୍ଧ୍ବ ହୋଇଥିବେ ସେହି ମତଦାନ କେନ୍ଦ୍ର ମାନଙ୍କର ବିଭାଜନ କରାଯାଇ ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ମତଦାନ କେନ୍ଦ୍ରର ଯୁକ୍ତିଯୁକ୍ତ କରଣ, ନୂତନ ନାମ ସହିତ ପୂର୍ବତନ ନାମ ପରିବର୍ତ୍ତନ ଏବଂ ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । ମତଦାତା ସୂଚୀ ର ବିଶେଷ ସଘନ ପୁନଃ ନିରୀକ୍ଷଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha