
ନୂଆପଡା -୩/୮ (ସୁରେନ୍ଦ୍ର ତିୱାରୀ) ସାମୂହିକ ଉଦ୍ୟମ ଓ ପରିବେଶ ପ୍ରତି ପ୍ରତିବଦ୍ଧତାର ଏକ ଅସାଧାରଣ ଉଦାହରଣ ସ୍ଥାପନ କରି, ନୂଆପଡା ଜିଲ୍ଲାରେ ଆଜି ସଫାଇ ଅଭିଯାନ ଚାଲିଛି ଓ ଜିଲ୍ଲା ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ହୋଇଛି। ଯାହା ଏହି ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ପରିପ୍ରେକ୍ଷୀରେ କୋମନା ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମଣ୍ଡାପଲା ଠାରେ ଏକକ ବ୍ୟବହୃତ୍ ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛତା ଉପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ବିଦ୍ୟାଳୟ ପରିସର ରେ ସ୍ବଚ୍ଛତା ଅଭିଯାନ ପରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀଗଣ ଅଂଶଗ୍ରହଣ କରିଥିଲେ। କୋମନା ପଞ୍ଚାୟତ ସମିତି ଅଧକ୍ଷା ଅନୁସୂୟା ବିଭାର ଜିଲ୍ଲା ପଞ୍ଚାୟତ ଅଧିକାରି ଲକ୍ଷ୍ମଣ ଓରାମ, ବିଡ଼ିଓ ସର୍ବେଶ୍ଵର ଜାଲ, ସିଡ଼ିପିଓ ଦେବକୀ ମଲ୍ଲିକ,ସୁପର ଭାଇଜର କାନ୍ତି ଶବର,ପ୍ରଧାନ ଶିକ୍ଷକ ପତିତପାବନ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱଚ୍ଛତା ଅଭିଯାନରେ ବିଦ୍ୟାଳୟ ପରିସର ସଫା କରାଯାଇ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇ ଏହାର ଅପକାରିତ ଦିଗ ରେ ଆଲୋଚନା କରି ସଚେତନ କରାଯାଇଥିଲା।
ଗ୍ରାମ ପଞ୍ଚାୟତସ୍ତରୀୟ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧ ଅଭିଯାନ
103
previous post