
ନୂଆପଡ଼ା-୨୬/୮ (ସୁରେନ୍ଦ୍ର ତିୱାରୀ) ସିନାପାଲି ସହରରେ ଜଣେ ଅଜଣା ମାନସିକ ଅନଗ୍ରସର ଓ କଥା କହି ପାରୁନଥିବା ମହିଳା ଅସହାୟ ରୂପେ ବୁଲୁଥିଲା ବେଳେ ସିନାପାଲି ବି.ଡ଼ି.ଓ ଏବଂ ସି.ଡ଼ି.ପି.ଓଙ୍କ ଜରିଆରେ ଗତ ୧୬ ଅଗଷ୍ଟ ୨୦୨୫ ଦିନ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ମାନସିକ ଅନଗ୍ରସର ଥିବାରୁ ଉକ୍ତ ମହିଳାଙ୍କୁ ଏହାପୂର୍ବରୁ ଶିକୁଳି କିମ୍ବା ଦଉଡ଼ିରେ ବନ୍ଧା ହୋଇଥିବାର ଚିହ୍ନ ଏବେ ମଧ୍ୟ ତାଙ୍କ ହାତରେ ରହିଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶଙ୍କ ହସ୍ତକ୍ଷେପ ପରେ ଚିକିତ୍ସାଳୟରେଥିବା ୱାନ୍ ଷ୍ଟପ ସେଣ୍ଟରରେ ତାଙ୍କର ଆଶୁ ଚିକିତ୍ସା ଆରମ୍ଭ ହୋଇଥିଲା । ପ୍ରାଧିକରଣର ସଚିବ ଜିଲ୍ଲାପାଳ ଓ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ଉକ୍ତ ମହିଳାଙ୍କୁ ଥଇଥାନ କରିବାକୁ ଅନୁରୋଧ କରିଥିଲେ । ଉକ୍ତ ମହିଳାଙ୍କର ସ୍ଵାସ୍ଥ୍ଯାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାରୁ ୱାନ୍ ଷ୍ଟପ ସେଣ୍ଟରର କେନ୍ଦ୍ର ପରିଚାଳିକା ତପସ୍ଵିନୀ ପଣ୍ଡା ଏବଂ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ଵତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ରାଜେସ୍ୱରୀ ସାମନ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଉକ୍ତ ମାନସିକ ଅନଗ୍ରସର ମହିଳାଙ୍କୁ ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ଵତନ୍ତ୍ର ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି ଓ ପ୍ରାଧିକରଣର ସଚିବ ତାଙ୍କୁ ସେଠାରେ ଭେଟି ତାଙ୍କର ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧାଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ।
ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ହସ୍ତକ୍ଷେପ ଦ୍ୱାରା ବନ୍ଧ ହୋଇରହିଥିବା ମାନସିକ ଅନଗ୍ରସର ମହିଳାଙ୍କୁ ଥଇଥାନ।
"ମାନସିକ ଅନଗ୍ରସର ଥିବାରୁ ଉକ୍ତ ମହିଳାଙ୍କୁ ଏହାପୂର୍ବରୁ ଶିକୁଳି କିମ୍ବା ଦଉଡ଼ିରେ ବନ୍ଧା ହୋଇଥିବାର ଚିହ୍ନ ଏବେ ମଧ୍ୟ ତାଙ୍କ ହାତରେ ରହିଛି"
64
previous post