Home ରାଜ୍ୟଜୋଙ୍କ ଥାନା: ଆଗାମୀ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ।

ଜୋଙ୍କ ଥାନା: ଆଗାମୀ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ।

by Maraguda Express
0 comments

ନୂଆପଡ଼ା -୧୫/୯ (ସୁରେନ୍ଦ୍ର ତିୱାରୀ) ଜୋଙ୍କ ଥାନା ଦ୍ଵାରା ଏକ ଶାନ୍ତି କମିଟି ବୈଠକ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ,ଖରିଆର ରୋଡ ସ୍ଥିତ ସଭା ଗୃହଠାରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଆଗାମି ଶାରଦୀୟ ଦୁର୍ଗାପୂଜା ଓ ରାବଣ ପୋଡ଼ି ବ୍ୟବସ୍ଥା ଉପରେ ଖରିଆର ରୋଡ ସହର ସମେତ ଜୋଙ୍କ ଥାନା ଅଧିନ ରେ ଆସୁଥିବା ଅନ୍ୟାନ୍ୟ ଗ୍ରାମ ଗୁଡିକରେ କିଭଳି ଶାନ୍ତି ଶୃଙ୍ଖଳା ସହ ପାଳନ ହେବ ବୈଠକ ରେ ଆଲୋଚନ କରାଯାଇଥିଲା।ବିଭିନ୍ନ ପୂଜା କମିଟି ସଭ୍ୟ ଙ୍କ ସହ ଏ ସମ୍ପର୍କ ରେ ବିଶଦ ରୂପେ ଆଲୋଚନା କରିବା ପାଇଁ ବୈଠକର ମୁଖ୍ୟ ଆବଶ୍ୟକତା ରହିଥିଲା। ମାଁ ଦୁର୍ଗା ଙ୍କ ପୂଜା ଓ ରାବଣ ପୋଡ଼ି ବ୍ୟବସ୍ଥା ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ମତାମତ ନିଆ ଯାଇଥିଲା। ଉପରୋକ୍ତ ବୈଠକ ରେ ଜୋଙ୍କ ପୋଲିସ ଷ୍ଟେସନ ଅଧିନରେ ଥିବା ବିଭିନ୍ନ ଦୁର୍ଗାପୂଜା କମିଟିର ସଦସ୍ୟ ଗଣ,ଏସଡିପିଓ ନୂଆପଡ଼ା ସ୍ଵାଧୀନ ମିଶ୍ର, ଅତିରିକ୍ତ ତହସିଲଦାର ଗୌରୀ ମାଝି ପାତ୍ର,ଆଇଆଇସି ପ୍ରଦୀପ କୁମାର ଧରୁଆ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୋନିଆ ଜୈନ, କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସେନ ରଥ, ଯନ୍ତ୍ରୀ ଇଲେକ୍ଟ୍ରିକାଲ, ଅଗ୍ନିଶମ କର୍ମଚାରୀ,ମେଡିକାଲ ଷ୍ଟାଫ୍,ଯନ୍ତ୍ରୀ ପିଏଚଡି ଖରିଆର ରୋଡ୍ ଏବଂ ବ୍ୟବସାୟୀ ସଂଘ ସଭାପତି ସନ୍ଦୀପ ଶର୍ମା, ପ୍ରେମ ଡ଼ାଗା,ମହେନ୍ଦ୍ର ସିଂ ତଲୁଜା, ପ୍ରଦୀପ ଜୈନ,ସୁନିଲ ସୋନି,ଗୋଲ୍ଡୀ ଅଗ୍ରୱାଲ, ଶ୍ୟାମ କେଶରୱାନି ସମେତ ସହର ର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha