Home ରାଜ୍ୟଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ସହିତ “ସ୍ବଚ୍ଛଉତ୍ସବ “ଉଦ୍ ଯାପିତ।

ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ସହିତ “ସ୍ବଚ୍ଛଉତ୍ସବ “ଉଦ୍ ଯାପିତ।

by Maraguda Express
0 comments

ନୂଆପଡା -୨/୧୦ (ସୁରେନ୍ଦ୍ର ତିୱାରୀ)  ଗାନ୍ଧି ଜୟନ୍ତି ଦିବସର ପବିତ୍ର ଅବସରରେ, ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ସ୍ବଚ୍ଛ ଉତ୍ସବର ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ଅଧିକାରୀ ଗଣଙ୍କ ସହ ସାଧାରଣ ଜନତା , ସ୍ୱଚ୍ଛତା ଆନ୍ଦୋଳନର ପ୍ରକୃତ ନାୟକ – ସ୍ୱଚ୍ଛତା କର୍ମୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଏହି ଅବସରରେ ଜିଲ୍ଲା ସାରା ସ୍ୱଚ୍ଛତା ବଜାୟ ରଖିବା ଏବଂସଚେତନତା ପ୍ରସାର କରିବାରେ ଉଦାହରଣୀୟ ଅବଦାନ ରଖିଥିବା ଉତ୍ସର୍ଗୀକୃତ ସ୍ୱଚ୍ଛତା କର୍ମୀ ଏବଂ ସାମାଜିକ କର୍ମୀଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ ।

ବିଡିଓ ସିନାପାଲି କାର୍ମୀ ଓରାମ୍ ଙ୍କ ସହିତ ସେମାନଙ୍କୁ ଧନ୍ୟବାଦ ଏବଂ ସ୍ୱୀକୃତି ସ୍ୱରୂପ ପ୍ରଶଂସାପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସମାବେଶକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ ସଫେଇ ସ୍ୱେଚ୍ଛାସେବୀ ଓ କର୍ମଚାରୀମାନେ ସ୍ୱଚ୍ଛତା ଅଭିଯାନର ମେରୁଦଣ୍ଡ l ସେମାନଙ୍କର ଅଟଳ ପ୍ରୟାସ ଏକ ସ୍ୱଚ୍ଛ ନୂଆପଡାର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରୁଛି। ଆମେ ସମସ୍ତେ ମିଶି ନୂଆପଡାକୁ ବିଶ୍ଵମାନଚିତ୍ରରେ ଏକ ମର୍ଯ୍ୟାଦାଜନକ ସ୍ଥିତି ରେ ରଖି ପାରିବା l ସମାରୋହରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ସମସ୍ତ ଅଂଶଗ୍ରହଣକାରୀ ଏବଂ ଅନୁଷ୍ଠାନର ସାମୂହିକ ପ୍ରୟାସକୁ ପ୍ରଶଂସା କରିଥିଲେ। ଶେଷରେ ନୂଆପଡା ବିଡିଓ ରୋହିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l

କାର୍ଯ୍ୟକ୍ରମକୁ ଜିଲ୍ଲା ପରିମଳ ପରାମର୍ଶଦାତା ଅନିଲ କୁମାର ଲେଙ୍କା ସଂଯୋଜନା କରିଥିଲେ।ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ, ପୁଷ୍ପ ରଞ୍ଜନ ସାହୁ ତାଙ୍କ ରଚିତ ବ୍ୟଙ୍ଗ କୋଶଳୀ କବିତା ମାଧ୍ୟମରେ ଜରି ର ବହିସ୍କାର ବାର୍ତ୍ତା ଦେଇଥିଲେ ।
ସୂଚନାଯୋଗ୍ୟଯେ ସମାପନା ଉତ୍ସବ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଏହି ପକ୍ଷରେ ସମସ୍ତ ବ୍ଲକ, ପଞ୍ଚାୟତ , ସହରାଞ୍ଚଳ , ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର, ବସ୍ ଷ୍ଟାଣ୍ଡ ଏବଂ ବଜାର ସମେତ ସମସ୍ତ ଜନ ବସତିରେ ଏକ ଶୃଙ୍ଖଳିତ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନଗୁଡ଼ିକରେ ପଞ୍ଚାୟତିରାଜ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ସ୍କୁଲ ପିଲା, ଏନଜିଓ, ଏନଏସଏସ ଏବଂ ଏନସିସି ସ୍ୱେଚ୍ଛାସେବକ ଏବଂ ଜୀବନର ସମସ୍ତ ବର୍ଗର ନାଗରିକ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ଏବଂ ସ୍ଥାୟୀତ୍ୱର ଗୁରୁତ୍ୱକୁ ଆହୁରି ଦୃଢ଼ କରିବା ପାଇଁ ସଚେତନତା ରାଲି, ସ୍ୱଚ୍ଛତା ଅଭିଯାନ, ସ୍ୱଚ୍ଛତା ବାର୍ତ୍ତା ସହିତ କାନ୍ଥ ଚିତ୍ର ଏବଂ ବୃକ୍ଷରୋପଣ ଅଭିଯାନ ମଧ୍ୟ କରାଯାଇଥିଲା।ଆଜିର ସମାରୋହରେ ନୂଆପଡା ଉପ-ଜ଼ିଲ୍ଲାପାଳ ସୁର୍ମୀ ସୋରେନ, ସମସ୍ତ ବ୍ଲକର ବିଡିଓ, ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ l ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ଏବଂ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନାର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଏକ ସାମୂହିକ ଶପଥ ପାଠ କରାଇଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସାମୁହିକ ସଫେଇ ଅଭିଯାନ ହୋଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha