Home ରାଜ୍ୟଡିସେମ୍ବର ୪ ତାରିଖରେ ଗନ୍ଧମାର୍ଦ୍ଦନ ପର୍ବତରେ ମାଁ ଦୁର୍ଗେ ଦେବୀଙ୍କ ପୂଜାନୋତ୍ସବ : ପୀଠର ଉନ୍ନତିକରଣ ସହ ଲାଇଟ୍ ଓ ସିଡି ର ବ୍ୟବସ୍ଥା ପାଇ ସରକାରଙ୍କୁ ନିବେଦନ କଲେ ସଭାପତି।

ଡିସେମ୍ବର ୪ ତାରିଖରେ ଗନ୍ଧମାର୍ଦ୍ଦନ ପର୍ବତରେ ମାଁ ଦୁର୍ଗେ ଦେବୀଙ୍କ ପୂଜାନୋତ୍ସବ : ପୀଠର ଉନ୍ନତିକରଣ ସହ ଲାଇଟ୍ ଓ ସିଡି ର ବ୍ୟବସ୍ଥା ପାଇ ସରକାରଙ୍କୁ ନିବେଦନ କଲେ ସଭାପତି।

by Maraguda Express
0 comments
ନୂଆପଡ଼ା -୨୬/୧୧ (ମାରାଗୁଡ଼ା ଏକ୍ସପ୍ରେସ) ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ପର୍ବତମାଳା ଶିଖରେ ଥିବା ମାଁ ଦୁର୍ଗେଇଦେବୀ ଙ୍କ ପୀଠ ରେ ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ୟ ମାଁ ଙ୍କ ପୂଜାନୋତ୍ସବ ମହା ସମାରୋହରେ ଡିସେମ୍ବର ମାସ ୪ ତାରିଖ ଦୁଇ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସେନେଇ ସଭାପତି ମଧୂସୁଦନ ପାଣ୍ଡେ ଅଞ୍ଚଳର ତଥା ଓଡ଼ିଶାର ରାଜ୍ୟ ର ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ମାଁ ଦୂର୍ଗେଇ ଦେବୀ ସହଯୋଗ କରିବା ପାଇଁ ସେ ଅନୁରୋଧ ସହ କାମନା କରିଛନ୍ତି। ଶ୍ରୀ ପାଣ୍ଡେ ମୂଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରି କହିଛନ୍ତି ଯେ, ୨୦୧୮ ମସିହାରୁ ଏପର୍ଯ୍ୟନ୍ତ ପୂଜା ପରିଚାଳନା କମିଟିର ସଭାପତି ଭାବେ ରହି କାର୍ଯ୍ୟ ନିର୍ବାହ କରି ଆସୁଛନ୍ତି। ଯାହାକି ସମସ୍ତଙ୍କର ଆନ୍ତରିକ ସହଯୋଗ ରହିଛି ବୋଲି ପରି ପ୍ରକାଶ କରିଛନ୍ତି। ଦୀର୍ଘ ଦିନରୁ ମାଁ ଦୂର୍ଗେଇ ଙ୍କ ପୀଠ ରେ ଅଞ୍ଚଳ ର ପ୍ରବଳ ଭକ୍ତ ସମାବେଶ ଓ ପୂଜା ବିଧିବିଧାନରେ ପର୍ବ ପାଳିତ ହୋଇ ଆସୁଛି। ହେଲେ ପୀଠରେ ଯିବା ଆସିବା ରାସ୍ତା ନ ଥିବାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ପାଖାପାଖି ୩ କିଲୋମିଟର ପାହାଡ଼ି ପଥୁରିଆ ରାସ୍ତା ଉପରେ ବହୁ କଷ୍ଟରେ ଚାଳିଚାଳି ଯିବାକୁ ବାଧ୍ୟ ହେଉଛନ୍ତି, ଏହା ତାଙ୍କ ଭକ୍ତିଭାବ ଓ ବିଶ୍ୱାସ,ଶ୍ରଦ୍ଧା କୁ ଦ୍ଵି ଗୁଣୀତ କରୁଛି । ଏତେ କଷ୍ଟ ରେ ମାଁ ଙ୍କ ସାନିଧ୍ୟ ଲାଭ କରିଥାନ୍ତି। ଅନ୍ୟ ପକ୍ଷରେ ମାଁ ପୂଜାର୍ଚ୍ଚନା ସମାରୋହରେ ବିଦ୍ୟୁତ ମଧ୍ୟ ନ ଥିବାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ରାତିରେ ମାଁ ପୀଠରେ ଅନ୍ଧାର ରାତ୍ରିରେ ଉଜାଗର ରହିଥାନ୍ତି। କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରୁ ମାଁ ଦୁର୍ଗେଇଦେବୀ ଙ୍କ ସହ କନ୍ଦେନକନ୍ଦୁଣୀ, ନୃସିଂହ ମହାପ୍ରଭୁ ଆବିର୍ଭାବ ହୋଇ ଥିବା ବେଳେ ମାଁ ଦୁର୍ଗେଇଦେବୀ ଙ୍କ ଆରାଧ୍ୟ ଦେବୀ ଙ୍କ ଦୈବୀ ଶକ୍ତି ଉପାସନା ପରମ୍ପରାରେ ସ୍ଵତନ୍ତ୍ରତା ରହିଅଛି।ଭକ୍ତମାନଙ୍କର ହାରିଗୁହାରି ସହ ମନୋସ୍କାମନା ପୂର୍ଣ୍ଣ ହୋଇଆସୁଛି। ତେଣୁ ମାଁ ଦୁର୍ଗେଇଦେବୀ ଙ୍କ ପୀଠ ରେ ଲାଇଟ, ରାସ୍ତା ଓ ସିଡି ର ବ୍ୟବସ୍ଥା କରିବା ସହ ଉନ୍ନତିକରଣ ପାଇଁ ସରକାର ଙ୍କ ପାଖରେ ସଭାପତି ଶ୍ରୀ ପାଣ୍ଡେ ନିବେଦନ କରିଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha