Home ରାଜ୍ୟସାତ ଦିବସୀୟ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଅନୁଷ୍ଠିତ।

ସାତ ଦିବସୀୟ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଅନୁଷ୍ଠିତ।

by Maraguda Express
0 comments

ନୂଆପଡ଼ା -୨୭/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ସିଲଦା ଠାରେ ଅବସ୍ଥିତ ନେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ଜାତୀୟ ସେବା ଯୋଜନା ଆଧିନ ରେ ଚାଲିଥିବା ସ୍ଵତନ୍ତ୍ର ଶିବିର ର ସାତ ଦିନ ପୂର୍ଣ୍ଣ ହୋଇଛି।ଏହି ଶିବିରଗତ ୨୦ ତାରିଖ ରେ ଆରମ୍ଭ ହୋଇ ୨୬ ନଭେମ୍ବର ୨୦୨୫ ରେ ସମାପ୍ତି ହୋଇଥିଲା । ଏହି ଶିବିର ର ରେ ୫୦ ଜଣ ସ୍ଵେଚ୍ଛା ସେବୀ ଯୋଗ ଦେଇ ଥିଲେ ଓ ବିଭିନ୍ନ କାର୍ଯ୍ୟକ୍ରମ ଓ ଜନ ସଚେତନତା କାର୍ଯ୍ୟକ୍ରମ ସ୍ୱେଚ୍ଛାସେବିମାନେ ଜନ ସାଧାରଣମାନଙ୍କୁ ଅବଗତ କରେଇଥିଲେ। ସ୍ବେଚ୍ଛାସେବୀମାନଙ୍କ ଉତ୍ସାହ ଓ ଅଗ୍ରଗତି ନିମନ୍ତେ ଅନେକ ପର୍ଯ୍ୟାୟ ରେ ଵନ ବିଭାଗ କର୍ମଚାରୀ, ସ୍କିଲ ଡେଭଲପମେଣ୍ଟ(ଦକ୍ଷତା ବିକାଶ) ପରିବେଶ ସୁରକ୍ଷା, ନିଶା ନିବାରଣ ପରି ଅନେକ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସ୍ଵେଚ୍ଛାସେବି ମାନେ କିପରି ଶାରିରୀକ ସୁସ୍ଥ , ସ୍ଵାସ୍ଥ୍ୟ ,ସବଳ ରହିବେ ସେ ବିଷୟ ରେ ଡାକ୍ତର ବିଶଦ ରୂପେ ଆଲୋଚନା କରି ବୁଝାଇ ଥିଲେ।ଉଦଯାପନୀ ଉତ୍ସବ ରେ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ମାନପତ୍ର ପ୍ରଦାନ କରିଥିଲେ। ଶେଷ ରେ ଜାତୀୟ ସେବା ଯୋଜନା ଅଧିକାରୀ ଜଗନ୍ନାଥ ମେହେର ସମସ୍ତ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha