2
ନୂଆପଡ଼ା -୧୩/୪- (ସୁରେନ୍ଦ୍ର ତିୱାରୀ) ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ପ୍ରତୀକ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ “ଆମ ରୁଚି ଆମ ଖାଦ୍ୟ ଦିବସ” ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଓଡ଼ିଆ ରନ୍ଧନ ଶୈଳୀର ସମୃଦ୍ଧ ପରମ୍ପରାକୁ ଲୋକଲୋଚନ କୁ ଆଣିବା ପାଇଁ ଏହି ଅବସରରେ ଏକ ଭବ୍ୟ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।




