134

ନୂଆପଡ଼ା -୧୭/୮ (ସୁରେନ୍ଦ୍ର ତିୱାରୀ ) ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚ ସିନାପାଲି ଶାଖା ତରଫରୁ ସ୍ଥାନୀୟ ଅଗ୍ରେସନ ଭବନରେ ଶ୍ରୀକୄଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ସ୍ଥାନୀୟ ଯୁବାମଞ୍ଚ ର ପୁର୍ବତନ ସମ୍ପାଦକ ୟୁବା ଦୀପକ କୁମାର ଅଗ୍ରୱାଲଙ୍କ ନେତୃତ୍ଵରେ ବିଧି ଅନୁଯାୟୀ ପୂଜା ପାଠ କରାଯାଇ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା ।
ଏ ଅବସରରେ ଚକାଡ଼ୋଳା ଭଜନ ମଣ୍ତଳୀ ଦଭଜନ ପରିବେଷଣ କରିଥିଲେ । ଜନ୍ମେଜୟ ପଣ୍ତା ପୂଜା କାର୍ଯ୍ଯ ସଂପାଦନା କରିଥିବା ବେଳେ ଯୁବାମଞ୍ଚ ସଭାପତି ହୀରାଲାଲ ଅଗ୍ରୱାଲ, ସମ୍ପାଦକ ୟୁବା ଗଣେଶ କୁମାର ଅଗ୍ରୱାଲ ଓ କୋଷାଧକ୍ଷ ରାଜେଶ କୁମାର ଅଗ୍ରୱାଲଙ୍କ ସହିତ ମାରୱାଡ଼ି ସମାଜ ସଦସ୍ୟ ମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।