Home ରାଜ୍ୟନୂଆପଡ଼ା ଉପନିର୍ବାଚନ : ଆନ୍ତଃ ରାଜ୍ୟ ପୋଲିସ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ।

ନୂଆପଡ଼ା ଉପନିର୍ବାଚନ : ଆନ୍ତଃ ରାଜ୍ୟ ପୋଲିସ ଅଧିକାରୀଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ।

by Maraguda Express
0 comments

ନୂଆପଡ଼ା -୧୦/୧୦ (ସୁରେନ୍ଦ୍ର ତିୱାରୀ) ଆସନ୍ତା ମାସ ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀ-୨୦୨୫ ଉପନିର୍ବାଚନକୁ ଦୃଷ୍ଟିରେ ରଖି,ଏଡିଜି ଆଇନ ଏବଂ ଶୃଙ୍ଖଳା,କଟକ ଙ୍କ ନିର୍ଦ୍ଦେଶରେ ଆଜି ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଜିଲ୍ଲା ଗୁଡ଼ିକ ସହିତ ଏକ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ ଭିଡ଼ିଓ କନଫେରେନ୍ସ ମାଧ୍ୟମ ରେ ଅନୁଷ୍ଠିତ ହୋଇଯାଇଛି। ଉପରୋକ୍ତ ବୈଠକ ରେ ଅମରେଶ ମିଶ୍ର, ଆଇପିଏସ୍, ଆଇଜିପି, ରାୟପୁର ରେଞ୍ଜ, ଆଶୁତୋଷ ସିଂହ, ଆଇପିଏସ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମହାସମୁନ୍ଦ ଏବଂ ନିଖିଲ ରଖେଚା, ଆଇପିଏସ୍, ଜିଲ୍ଲା ଆରକ୍ଷି ଅଧିକ୍ଷକ, ଗରିଆବନ୍ଧ ଜିଲ୍ଲା ସହିତ ଡକ୍ଟର କନୱର ବିଶାଲ ସିଂହ, ଆଇପିଏସ୍, ଡିଆଇଜିପି, ଏସଡବ୍ଲୁଆର, କୋରାପୁଟ ଏବଂ ଅମ୍ରିତପାଲ ସିଂହ, ଆଇପିଏସ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୂଆପଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବୈଠକରେ ଆସନ୍ତା ଉପ ନିର୍ବାଚନ କେମିତି ଅପରାଧ ମୁକ୍ତ ହେବ ସେ ନେଇ ବିଭନ୍ନ ପ୍ରସଙ୍ଗ ଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସୀମା ସୁରକ୍ଷା ଏବଂ ଆନ୍ତଃରାଜ୍ୟ ଚେକ୍ ପୋଷ୍ଟ ସହିତ ସିଲ୍ କରିବା। ସୀମାନ୍ତ ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦୀ ଦମନ ପାଇଁ ମିଳିତ ଅଭିଯାନ ଓ ସୀମାପାର ଅସାମାଜିକ, ୱାରେଣ୍ଟି ଏବଂ ହିଷ୍ଟ୍ରି ସିଟର ଅପରାଧୀ ଙ୍କ ଉପରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସ୍ଥିର ହୋଇଛି। ଅବୈଧ ମଦ ଏବଂ ଡ୍ରଗ୍ସ ଚୋରା ଚାଲାଣକାରୀ ଙ୍କ ଉପରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ତଥା ଏସଡିପିଓ ଏବଂ ଆଇଆଇସି ପୋଲିସ ଅଧିକାରୀ ସ୍ତର ପର୍ଯ୍ୟନ୍ତ ସୁଗମ ସମନ୍ୱୟ ଏବଂ ଯୋଗାଯୋଗ ରକ୍ଷା କରିବା ଉପରେ ଉଭୟ ରାଜ୍ୟ ପୋଲିସ ପ୍ରଶାସନ ମଧ୍ୟ ରେ ବୈଠକ ରେ ନିଷ୍ପତ୍ତି ହୋଇଛି। ନୂଆପଡ଼ା ଉପନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ, ନିଶା ଓ ଅପରାଧ ମୁକ୍ତ ହେବ ବୋଲି ନୂଆପଡ଼ା ଏସ.ପି. ଆମ୍ରିତ ପାଲ ସିଂ କହିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha