95


ନୂଆପଡ଼ା -୧୦/୧୦ ଆଜି ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି କମଲେଶ ଦିକ୍ଷୀତ ,ସୁଶାନ୍ତ ପତି, ପ୍ରକାଶ କଳାର, ତୁଲସ ପଟେଲ ଙ୍କ ଉପସ୍ଥିତି ରେ ତିନି ସହ ରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତି ବର୍ଗ ର ଲୋକେ ଅନ୍ୟାନ୍ୟ ରାଜନୈତିକ ଦଳ ସଦସ୍ୟତା ଛାଡି ବିଜେପି ର ନୀତି,ଆଦର୍ଶ ଓ ଚିନ୍ତାଧାରା ରେ ଅନୁପ୍ରାଣିତ ହୋଇ ସଦସ୍ୟତା ସ୍ବୀକାର କରିଛନ୍ତି। ବିକ୍ରମ ଆଡବଙ୍ଗ, ଡମରୁ ମହାନନ୍ଦ,ଟୁଲୁ ନିଆଲ,ମୁରଲୀ ସୁନା, ଘାଷି ସତନାମୀ, ମେଘନାଥ ସେଠି, ଜଗଦୀଶ ଦାସ,ତରୁଣ ଦାସ ଙ୍କ ନେତୃତ୍ୱରେ କଂଗ୍ରେସ ଓ ବିଜେଡି ଛାଡି ୩୦୦ ରୁ ଉର୍ଦ୍ଧ ଅନୁସୂଚୀତ ଜାତି ବର୍ଗର କାର୍ଯ୍ୟକର୍ତ୍ତା ବିଜେପି ରେ ଯୋଗଦାନ କରିଛନ୍ତି।