Home ରାଜ୍ୟନୂଆପଡ଼ା : ରେଲୱେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ।

ନୂଆପଡ଼ା : ରେଲୱେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ।

by Maraguda Express
0 comments

ନୂଆପଡା -୬/୮(ସୁରେନ୍ଦ୍ର ତିୱାରୀ) ନୂଆପଡା ସହର ରେଳ ଷ୍ଟେସନ୍ ସନ୍ନିକଟ ନୂଆପଡା ସୋହେଲା ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ରେଲୱେ ଫ୍ଲାଏ  ଓଭର୍ ବ୍ରିଜ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଗେସରାମ ପଟେଲ୍ ଓ ଗୀତା ସାହୁ , ନିବାସୀ ଗୋଡଫୁଲାଙ୍କ ନାମରେ ଥିବା ୪୩୨ ଡ଼ିସିମିଲ ଜମିକୁ ଆଜି ଉପନିବନ୍ଧକ କାର୍ଯ୍ୟାଳୟରେ ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଖରିଆର ,ଶଶାଙ୍କ ଶେଖର ଶୁକ୍ଳା ତରଫରେ ରେଜିଷ୍ଟ୍ରେସନ୍ କରା ଯାଇଛି l ଏହି ସମୟରେ ଜିଲ୍ଲା ଉପନିବନ୍ଧକ ରାକେଶ କୁମାର ପରିଡ଼ା , ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ ଗର୍ଡିଆ, ବିଭାଗୀୟ କର୍ମଚାରୀ ଅଶୋକ ମହାନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ l ଏହାଦ୍ବାରା ନୂଆପଡା ସହରରେ ବହୁ ପ୍ରତିକ୍ଷିତ ରେଲ୍ ୱେ ଓଭର୍ ବ୍ରିଜ୍ ଶୀଘ୍ର ନିର୍ମାଣର ଆଶା ଉଜ୍ଜିବିତ ହୋଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha