Home ରାଜ୍ୟନୂଆପଡାରେ ଜନଗଣନାର ପ୍ରଥମପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ନୂଆପଡାରେ ଜନଗଣନାର ପ୍ରଥମପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

by Maraguda Express
0 comments
ନୂଆପଡା -୧୩/୩ – ନୂଆପଡା ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା ଓ ଗୃହ ତାଲିକା ସମ୍ବନ୍ଧୀୟ କ୍ଷେତ୍ର ପ୍ରଶିକ୍ଷକମାନଙ୍କ ପ୍ରଶିକ୍ଷଣ ସ୍ଥାନୀୟ ସଦଭାବନା ସଭା ଗୃହରେ ସମାପ୍ତ ହୋଇଛି। ଏହି ପ୍ରଶିକ୍ଷଣ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ, ନୁଆପଡା ମଧୁସୂଦନ ଦାଶଙ୍କ ଆଦେଶାନୁସାରେ ୦୯, ୧୦ ଓ ୧୨ ମାର୍ଚ୍ଚ ତିନିଦିନ ଧରି ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ସୁବାଷ ଚନ୍ଦ୍ର ରଇତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ବିଜୟ କୁମାର ଛତ୍ରିଆ, ସହକାରୀ ଜିଲ୍ଲାପାଳ ତଥା ଉପ-ଜିଲ୍ଲା ଜନଗଣନା ଅଧିକାରୀ ଏହି ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ।କୁମାରୀ ପ୍ରୟାସୀ ପ୍ରଧାନ, ଡେପୁଟି ଜିଲ୍ଲାପାଳ ଏବଂ ଶେଖ ନସିମ, ଡେପୁଟି ଜିଲ୍ଲାପାଳ ମୁଖ୍ୟ ପ୍ରଶିକ୍ଷିକା/ପ୍ରଶିକ୍ଷିକ ଭାବେ ୨୬ ଜଣ କ୍ଷେତ୍ର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଆଜି ଶେଷ ଦିବସରେ ପ୍ରାୟୋଗିକ ଭାବେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନ କରାଇ ଲେଆଉଟ୍ ମ୍ୟାପ ଓ ପ୍ରଶ୍ନାବଳୀ ଉପରେ ଅଭ୍ୟାସ କରାଯାଇଥିଲା। ଉକ୍ତ କ୍ଷେତ୍ର ପରିଦର୍ଶନରେ ସମସ୍ତ ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ କ୍ଷେତ୍ର ପ୍ରଶିକ୍ଷକଙ୍କୁ ଧନ୍ୟବାଦ ଜଣାଇ ଶୁଭେଚ୍ଛା ପ୍ରଦାନ କରିଥିଲେ ଏବଂ ପ୍ରଶିକ୍ଷଣ ସମାପନ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଉକ୍ତ ତିନି ଦିନରେ ଜନଗଣନା ନିର୍ଦ୍ଦେଶାଳୟ, ଓଡିଶାରୁ ମୁତୟନ ହୋଇଥିବା ଅଧିକାରୀ ସୁଧାଂଶୁ ପାଠକ ଉପସ୍ଥିତ ରହି ବୈଷୟିକ ସମସ୍ୟାର ସମାଧାନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha