Home ରାଜ୍ୟପ୍ରଭୁ ନୃସିଂହନାଥ ଙ୍କ ଲୋକ କଥାକୁ ନାଟ୍ୟ ମଞ୍ଚରେ ଜୀବନ୍ତ କଲା ମlର୍ଜାର କେଶରୀ।

ପ୍ରଭୁ ନୃସିଂହନାଥ ଙ୍କ ଲୋକ କଥାକୁ ନାଟ୍ୟ ମଞ୍ଚରେ ଜୀବନ୍ତ କଲା ମlର୍ଜାର କେଶରୀ।

by Maraguda Express
0 comments

ପଦ୍ମପୁର – ୩୧/୧୨ (ମାରାଗୁଡା ଏକ୍ସପ୍ରେସ) ଓଡ଼ିଆ ପୌରାଣିକ ଐତିହ୍ୟ ଓ ଆଦିବାସୀ ଲୋକ ସଂସ୍କୃତିର ଅମୂଲ୍ୟ ସମନ୍ୱୟ କୁ ନାଟ୍ୟମଞ୍ଚ ରେ ସଫଳ ଭାବେ ଉପସ୍ଥାପନ କରିଛି ନାଟକ ‘ମlର୍ଜାର କେଶରୀ’। ପ୍ରଭୁ ନୃସିଂହନାଥ ଙ୍କ ପୌରାଣିକ ଓ ଲୋକକଥା କୁ ଆଧାର କରି ବରିଷ୍ଠ ନାଟ୍ୟକାର ରାଜକୁମାର ସାହୁଙ୍କ ରଚିତ ଏବଂ ସଚେତନ ହେମା, ଢୋଲବନ୍ଧ ନାଟ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସମ୍ବଲପୁର ସ୍ଥିତ ଆରଣ୍ୟକ ମଞ୍ଚରେ ଆୟୋଜିତ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଅବସରରେ ଏହି ନାଟକର ମଞ୍ଚନ ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ନାଟକର କେନ୍ଦ୍ର ବିଷୟ ହେଉଛି କନ୍ଧ ଆଦିବାସୀ ସମୁଦାୟର ଅତୁଟ ଭକ୍ତି ଓ ଆସ୍ଥା। ଲୋକକଥା ଅନୁଯାୟୀ,କନ୍ଧ ଆଦିବାସୀମାନେ ପ୍ରଥମେ ପ୍ରଭୁ ନୃସିଂହନାଥ ଙ୍କ ଦିବ୍ୟ ମୂର୍ତ୍ତିକୁ ଖୋଜି ପାଇଥିଲେ ଏବଂ ପରେ ସେହି ପବିତ୍ର ମୂର୍ତ୍ତିକୁ ରାଜା ବୈଜଲ ସିଂହ ଦେଓଙ୍କ ଟେକି ଦେଇଥିଲେ। ଏହି ଘଟଣାକୁ ଆଧାର କରି ନାଟକ ଟି ରାଜଶକ୍ତି ଓ ଆଦିବାସୀ ଭକ୍ତି ମଧ୍ୟରେ ଥିବା ମୌଳିକ ତଫାତକୁ ଉଜାଗର କରିଛି। ରାଜାଙ୍କ ପାଖରେ ରାଜ୍ୟ, ସେନା ଓ ଶାସନ ଶକ୍ତି ଥିଲେ ମଧ୍ୟ ଦେବତାଙ୍କ ପ୍ରତି ସତ୍ୟ ଅଧିକାର ଥାଏ ଆଦିବାସୀଙ୍କ ଭକ୍ତି ଓ ଆତ୍ମସମର୍ପଣ ରେ ଏହି ଗଭୀର ସନ୍ଦେଶ କୁ ‘ମlର୍ଜା ର କେଶରୀ’ ଅତ୍ୟନ୍ତ ସାର୍ଥକ ଭାବେ ପ୍ରକାଶ କରିଛି। ନାଟକର ସଂଲାପ, ଦୃଶ୍ୟ ବିନ୍ୟାସ, ଲୋକନୃତ୍ୟ ଓ ସମ୍ବଲପୁରୀ ଲୋକସଙ୍ଗୀତ ର ସଂଯୋଜନl, ଗନ୍ଧମାର୍ଦ୍ଦନ ପର୍ବତର ଚିତ୍ରଣ, ମଣିଷ ଓ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନାଟକ ଟି ଅତ୍ୟନ୍ତ ସ୍ପର୍ଶକାତର ଭାବେ ଉପସ୍ଥାପନ କରିଛି। ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ‘ମlର୍ଜାର କେଶରୀ’ ଏକ ଗୁରୁତ୍ୱପୂର୍ଣ୍ଣ ନାଟ୍ୟପ୍ରୟାସ। ଏହା କେବଳ ଏକ ପୌରାଣିକ ନାଟକ ନୁହେଁ, ବରଂ ଆଦିବାସୀ ସମୁଦାୟର ଐତିହାସିକ ଅବଦାନକୁ ସମ୍ମାନ ଦେବାର ଏକ ସଶକ୍ତ ମାଧ୍ୟମ। ନାଟକଟି କୁ ରାଜକୁମାର ସାହୁ ରଚନା ଓ ନିର୍ଦ୍ଧେଶନା ଦେଇଥିବା ବେଳେ ଲାଲସାହେବ ସାହୁ ଓ ଦେବାନନ୍ଦ କୁମ୍ଭାର ସଙ୍ଗୀତ, ବାସୁଦେବ ବରିହା ମଞ୍ଚ, ମୁକେଶ କୁମାର ସାହୁ ଆଲୋକ ସମ୍ପlତ, ସ୍ଵପ୍ନେଶ୍ଵରୀ ସାହୁ ଗାୟିକା ଭୂମିକା ନିଭାଇ ଥିବାବେଳେ ସନ୍ଧ୍ୟାରାଣୀ ସୁନା, ଆରାଧ୍ୟ୍ୟ ସାହୁ, ଆଲିଶା ସାହୁ, ଚାନ୍ଦିନୀ ସାହୁ, ଘନଶ୍ୟାମ ଭୋଇ, ରସିକ ବରିହା, ବାସୁଦେବ ବରିହା, କୂଳମଣି ପଶାୟତ, କାର୍ତ୍ତିକ ମହାନନ୍ଦ ଅଭିନୟ କରିଥିଲେ। ବରିଷ୍ଠ ନାଟ୍ୟକାର ଓ ନିର୍ଦ୍ଧେଶକ ରାଜକୁମାର ସାହୁଙ୍କ ରଚନା ଏବଂ ସଚେତନ ହେମା, ଢୋଲବନ୍ଧ ଙ୍କ ସଫଳ ମଞ୍ଚନ ‘ମାର୍ଜାର କେଶରୀ’ କୁ ସମ୍ବଲପୁରୀ ନାଟ୍ୟ ଚର୍ଚ୍ଚାରେ ଏକ ସ୍ମରଣୀୟ ସ୍ଥାନ ଦେଇଛି।
ରିପୋର୍ଟ – ନିରୋଜ କୁମାର ପାଣୀ

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha