Home ରାଜ୍ୟନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ।

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ।

୭୬ ଲକ୍ଷ ୩୫ ହଜାର ୯୪୨ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୫ ବାଇକ୍ ଓ ଏବଂ ଏକ ଚାରିଚକିଆ ଯାନ ଜବତ।

by Maraguda Express
0 comments

ନୂଆପଡା -୨୭/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି l ଗତ ୨୬ ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୮୫ ଲି ହାତ ରନ୍ଧା ମଦ, ,୯.୨୦୦ ଲି ବାହାର ଭାଟି ମଦ ଏବଂ ୫୬୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୧ ହଜାର ୮୦୦ ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୬୯ଲି ବିଅର୍, ୩୮ଲି ବିଦେଶୀ ମଦ, ୪୪୨୫ ଲି ହାତ ରନ୍ଧା ମଦ,୧୦୭୧ ଲି ବାହାର ଭାଟି ମଦ ,୨୬ କେଜି ଗଞ୍ଜେଇ ଏବଂ ୧୦୬୨୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୭୬ ଲକ୍ଷ ୩୫ ହଜାର ୯୪୨ ଟଙ୍କା ହେବ l ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪୧ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୮୪ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି l
ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha