Home ରାଜ୍ୟନୂଆପଡା ଉପନିର୍ବାଚନ ପାଇଁ ଦ୍ଵିତୀୟ ଦଳ ସେକ୍ଟର ଅଧିକାରୀ , ଜିଲ୍ଲା ସ୍ତରୀୟ ଏବଂ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କ ତାଲିମ ଅଧିବେଶନ ଅନୁଷ୍ଠିତ l

ନୂଆପଡା ଉପନିର୍ବାଚନ ପାଇଁ ଦ୍ଵିତୀୟ ଦଳ ସେକ୍ଟର ଅଧିକାରୀ , ଜିଲ୍ଲା ସ୍ତରୀୟ ଏବଂ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କ ତାଲିମ ଅଧିବେଶନ ଅନୁଷ୍ଠିତ l

by Maraguda Express
0 comments

ନୂଆପଡା -୨୭/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ଉପ-ନିର୍ବାଚନ ପାଇଁ ପ୍ରସ୍ତୁତିର ଏକ ଅଂଶ ସ୍ୱରୂପ, ନୂଆପଡା ଜିଲ୍ଲାର ଦ୍ଵିତୀୟ ବେଚ୍ ସେକ୍ଟର ଅଧିକାରୀ ,ଜିଲ୍ଲା ସ୍ତରୀୟ ଏବଂ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କ ପାଇଁ ଆଜି ପ୍ରିଜାଇଡିଂ ଅଫିସର୍ PRO ମଡ୍ୟୁଲ୍ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ତାଲିମପ୍ରାପ୍ତ ଅଧିକାରୀମାନେ ଆଗାମୀ ଦ୍ୱିତୀୟ ପର୍ଯ୍ୟାୟ ତାଲିମରେ ପ୍ରିଜାଇଡିଂ ଅଧିକାରୀମାନଙ୍କୁ ଏସବୁ ବିଷୟରେ ତାଲିମ ପ୍ରଦାନ କରିବେ।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ଅଧିବେଶନର ଅଧିକାରୀ ମାନଙ୍କୁ ସମ୍ବୋଧିତ କରି ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବିଭିନ୍ନ ବ୍ୟବହାରିକ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅଧିକାରୀ ମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ବୈଷୟିକ ଅଧିବେଶନରେ ଏନଆଇସି ଡିଆଇଓ ବିନୟ ତିୱାରୀ ECINET PRO App ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ପିଆରଓ ମଡ୍ୟୁଲର ବିଭିନ୍ନ ବୈଶିଷ୍ଟ୍ୟ ଏବଂ କାର୍ଯ୍ୟକାରିତା ଉପରେ ବିସ୍ତୃତ ମାର୍ଗଦର୍ଶନ ଏବଂ ବ୍ୟବହାରିକ ତାଲିମ୍ ପ୍ରଦାନ କରିଥିଲେ।
ଏହାପରେ ନିର୍ବାଚନ କମିଶନ୍ ଙ୍କ ଦ୍ଵାରା ନିଯୁକ୍ତ ଯନ୍ତ୍ରୀ ଆଲବର୍ଟ ଆଶିର୍ବାଦ ପାତ୍ର ଓ ଡେପୁଟୀ କଲେକ୍ଟର ଶେଖ୍ ନସିମ୍ ଅଧିକାରୀ ମାନଙ୍କୁ ଇ ଭି ଏମ୍ ଓ ଭି ଭି ପାଟ ପରିଚାଳନା କରିବା ପାଇଁ ଭୋଟିଂ ମେସିନ୍ ରେ ପ୍ରାକ୍ଟିକାଲ୍ ଟ୍ରେନିଂ ଦେଇ ସେମାନଙ୍କ ସମସ୍ତ ଶଙ୍କା ର ସମାଧାନ କରିଥିଲେl ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସମସ୍ତ ତହସିଲଦାର, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ l ନିର୍ବାଚନ ପରିଚାଳନା ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ସୁନିଶ୍ଚିତ କରିବା କ୍ଷେତ୍ରରେ ସେକ୍ଟର ଅଧିକାରୀ ଏବଂ ମାଷ୍ଟର ଟ୍ରେନର ମାନଙ୍କ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଥିବାରୁ ଜିଲ୍ଲାପାଳ ସେମାନଙ୍କୁ ଦାୟୀତ୍ଵ ସମ୍ପନ୍ନ ଭାବରେ କାର୍ଯ୍ୟ ନିର୍ବାହ କରିବା ପାଇଁ ଆହ୍ବାନ ଦେଇଥିଲେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha