Home ରାଜ୍ୟନୂଆପଡା ଉପନିର୍ବାଚନ-୨୦୨୫ : ଅବକାରୀ ବିଭାଗ ତରଫରୁ ତଲାସୀ ଜୋର୍ ହେଲା ।

ନୂଆପଡା ଉପନିର୍ବାଚନ-୨୦୨୫ : ଅବକାରୀ ବିଭାଗ ତରଫରୁ ତଲାସୀ ଜୋର୍ ହେଲା ।

୫୪ ଲକ୍ଷ ୪୯ ହଜାର ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଏବଂ ୪ ବାଇକ୍ ଜବତ।

by Maraguda Express
0 comments

ନୂଆପଡା -୨୩/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ ଜୋର୍ ସୋର୍ ରେ ଚାଲିଛି l ଗତ ୨୧ ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୨୨୯ ଲି ହାତ ରନ୍ଧା ମଦ,୧୮ଲି ବାହାର ଭାଟି ମଦ, ୫.୪ ଲି ବିଦେଶୀ ମଦ, ୬ ଲି ବିଅର୍ ଏବଂ ୭୩୦୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪ଲକ୍ଷ ୬୨ ହଜାର ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୬୯ଲି ବିଅର୍, ୩୮ଲି ବିଦେଶୀ ମଦ, ୩୬୩୦ଲି ହାତ ରନ୍ଧା ମଦ,୫୮୮ଲି ବାହାର ଭାଟି ମଦ ,୪ କେଜି ଗଞ୍ଜେଇ ଏବଂ ୮୫, ୬୦୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୫୪ ଲକ୍ଷ ୪୯ ହଜାର ଟଙ୍କା ହେବ l ଏହା ସହିତ ଚାରୋଟି ବାଇକ୍ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha