29

ନୂଆପଡ଼ା -୧୮/୧ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାଜ୍ୟ ପ୍ରଦୂଷକ୍ଷ ନିୟନ୍ତ୍ରଣ ବୋର୍ଡ଼, ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ଆଇନ ସଚେତନତା ପାଇଁ ଓ ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲାଗଠନ ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟବିବାହମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ନୂଆପଡ଼ା ସ୍ଥିତ ପତୋରା ଡ୍ୟାମ ପର୍ଯ୍ୟଟନ ଓ ବଣଭୋଜି ସ୍ଥଳିରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ର କାର୍ଯ୍ଯକର୍ତ୍ତା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଗଣ, ବନ ବିଭାଗ, ଖରିଆର ମହାବିଦ୍ୟାଳୟ ଓ ନ୍ୟାସନାଲ ହାଇସ୍କୁଲର ଏନ୍.ସି.ସି ଛାତ୍ରଛାତ୍ରୀ, ନ୍ୟାସନାଲ କଲେଜ ର ଏନ୍.ଏସ୍.ଏସ୍ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ପର୍ଯ୍ୟଟନ ସ୍ଥଳୀ ରେ ପଡ଼ିଥିବା ଅଳିଆ ଆବର୍ଜନା କୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ରେ ସହାୟକ ହେବା ସହିତ ଭାରତକୁ ବାଲ୍ୟବିବାହମୁକ୍ତ କରିବାକୁ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ପ୍ରାଧିକରଣ ସଚିବ ନବନୀତା ଦାଶ ଆହ୍ବାନ ଦେଇଥିଲେ।
ସଭାରେ ଡି.ଏଫ.ଓ ଖଡ଼ିଆଳ ଅଜିଜ୍ ଖାନ, ଏ.ସି.ଏଫ ମହମ୍ମଦ ସାଲେହା, ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ବଲାନ୍ଗିର ବବିତା ସିଂ ଓ ସହକାରୀ ପରିବେଶ ବୈଜ୍ଞାନିକ ସ୍ବାଗତ ଆନନ୍ଦ ପଟେଲ, ପ୍ରାଧିକରଣର ଉପ-ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ସହକାରୀ ଆଇନ ସେବା ପ୍ରତିପକ୍ଷ ଓକିଲ କାର୍ତ୍ତିକ ରାମ ବାଗ, ଖୁଟବନଭେରା ଗ୍ରାମ ପଞ୍ଚାୟତର ସରପଞ୍ଚ କଳ୍ପନା କୁଲଦୀପ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖିଶ୍ଯାମ ପ୍ରଧାନ, ନୂଆପଡା ବନପାଳ ଲକ୍ଷ୍ମୀଧର ଘିଭେଲା, ଧରମବନ୍ଧା ଅଞ୍ଜନ କୁମାର ସାହୁ ଓ ପ୍ରାଧିକରଣର ଅଧିକାରମିତ୍ରଗଣ ତ୍ରିବେଣୀ ଉଜିର, ବିମଲା ସାହୁ, ମାନସୀ ରଣା, ନିକି ରଣା, ଚିତ୍ତେଶ୍ୱରୀ ଜଗତ, ରୁକିଆ ବାନୋ, ସାବିତ୍ରୀ ସାହୁ, ନୃପତି ଶବର, ଚନ୍ଦ୍ରିକା ମାଝୀ, ଭୁବନେଶ୍ବରୀ ସାହୁ, ଉର୍ମିଲା ରାଉତ ପ୍ରମୁଖ ଯୋଗ ଦେଇଥିଲେ । ସଭା ପୂର୍ବରୁ ପ୍ରାୟ ୪୦୦ କିଲୋ ପ୍ଲାଷ୍ଟିକ୍ ଆବର୍ଜନା ଉକ୍ତ ପର୍ଯ୍ୟଟନସ୍ଥଳୀ ରୁ ଉଠା ହୋଇଥିଲା ।

