Home ରାଜ୍ୟନେସନାଲ ମହାବିଦ୍ୟାଳୟ ରେ ସଂସ୍କୃତ ସପ୍ତାହ ଉଦ୍ଘାଟିତ

ନେସନାଲ ମହାବିଦ୍ୟାଳୟ ରେ ସଂସ୍କୃତ ସପ୍ତାହ ଉଦ୍ଘାଟିତ

ଭାରତର ବିଶ୍ୱକୁ ଅବଦାନ ବିଷୟରେ ସେମିନାର, ନିବନ୍ଧ ଏବଂ ବୈଦିକ ଶ୍ଲୋକ ଉଚ୍ଚାରଣ ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା

by Maraguda Express
0 comments

ନୂଆପଡ଼ା -୧୪/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ନେସନାଲ ମହାବିଦ୍ୟାଳୟରେ ୧୨ ଅଗଷ୍ଟ ୨୦୨୫ ରୁ ସଂସ୍କୃତ ସପ୍ତାହ ଉତ୍ସବର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରେ “ଭାରତର ବିଶ୍ୱକୁ ଅବଦାନ” ବିଷୟରେ ସେମିନାର ଆୟୋଜିତ ହୋଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମ    ପ୍ରକାଶ କୁମାର ସାହୁ, ପି.ଇ.ଟି.ଙ୍କ ନିର୍ଦ୍ଦେଶନାରେ ଶ୍ରୀମତୀ ନନ୍ଦିନୀ ମଞ୍ଜରୀ ହୋତା ଓ ଗଣିତ ବିଭାଗର ଅଧ୍ୟାପିକା ଦ୍ୱୟ ଙ୍କ ସମନ୍ୱୟ ସହଯୋଗରେ ହୋଇଥିଲା। ସଭା ର ଅଧ୍ୟକ୍ଷତା କଲେଜର ଅଧ୍ୟକ୍ଷ ହିତେଷ ସାହୁ କରିଥିଲେ। ବିଶିଷ୍ଟ ଅତିଥିଭାବେ ମାଗୁରପାଣି ହାଇ ସ୍କୁଲର ର ସଂସ୍କୃତ ଶିକ୍ଷକ ଉମେଶ ବାରିକ ଓ ବୈଦିକ ଗୁରୁକୁଳ, ଆମସେନା ର ଆଚାର୍ଯ୍ୟ ତୁଳାରାମ ଆର୍ୟ ତାଙ୍କ କିଛି ଛାତ୍ରଙ୍କ ସହିତ ଯୋଗଦେଇଥିଲେ। ସେମିନାର ରେ ଭାଗ ନେଇଥିଲେ ଉମେଶ ବାରିକ, ତୁଲାରାମ ଆଚାର୍ଯ୍ୟ ଓ ବରିଷ୍ଠ ଇଂରାଜୀ ଅଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ର ।ଏହି କାର୍ଯ୍ୟକ୍ରମ ରେ ଶିବ ପ୍ରସାଦ ସା ମଞ୍ଚ ପରିଚାଳନା କରିଥିଲେ ଏବଂ ଏହି ଅବସରରେ ବିଧାନ ଚନ୍ଦ ମିଶ୍ର, ବୈଦ୍ୟନାଥ ଗର୍ତିଆ, ଶ୍ରୀମତୀ ମମତା ପଟନାୟକ, ଡା. ପ୍ରମୋଦ କୁମାର ରାଉତ, ବୈକୁଣ୍ଠ ବେହେରା, ଶ୍ରୀମତୀ ମୀନାକ୍ଷୀ ଦାଶ, ରଞ୍ଜିତ ନାୟକ, ହେମାଲ ସା, ହିମାଞ୍ଚଳ ନାୟକ, ଶ୍ରୀମତୀ ମେରି ଆଶା ଟାପ୍ପୋ ଓ କୁମାରୀ ଆଶା ମେହେର ପ୍ରମୁଖ ଉପସ୍ଥିତ ଥିଲେ। ସଂସ୍କୃତ ସପ୍ତାହର ଦ୍ୱିତୀୟ ଦିନ ୧୩ ଅଗଷ୍ଟ ରେ ନିବନ୍ଧ ଓ ସ୍ଲୋଗାନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ବିଶ୍ୱଜିତ୍ କାଲ୍ଟା ପରିଚାଳନା କରିଥିଲେ।ନିବନ୍ଧ ପ୍ରତିଯୋଗିତାର ବିଷୟ ଥିଲା “ବିଶ୍ୱକୁ ଭାରତର ଅବଦାନ”। ଏହି କାର୍ଯ୍ୟକ୍ରମ ରେ ଅନେକ ଛତ୍ର ଛାତ୍ରୀ ଉତ୍ସାହ ର ସହ ଅଂଶ ଗ୍ରହଣ କରିଥିଲେ। ସ୍ଲୋଗାନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଗୌତମ କୁମାର ସାହୁ ଦ୍ଵିତୀୟ  ସ୍ଥାନ ନରେଶ ବୁଡେକ ଓ ତୃତୀୟ ସ୍ଥାନ ଜାଗୃତି ସାହୁ ଓ ବିନା ନାୟକ ଅଧିକାର କରିଥିଲେ। ସେହିଭଳି ନିବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଜାଗୃତି ସାହୁ ଦ୍ୱିତୀୟ ସ୍ଥାନ ଦିଗେଶ୍ୱରୀ ଦଣ୍ଡସେନା ଓ ତୃତୀୟ ସ୍ଥାନ ଘନଶ୍ୟାମ ସାହୁ ଅଧିକାର କରିଥିଲେ। ରଙ୍ଗୋଲି ( ଦେଶାତ୍ମ ଆଧାରିତ) ପ୍ରତିଯୋଗିତା ରେ ପ୍ରଥମ ହୋଇ ଥିଲେ ଇଶ୍ୱରୀ ଏଣ୍ଡ ଗ୍ରୁପ ଦ୍ଵିତୀୟ ହେଇଥିଲେ ଚିନ୍ମୟୀ ଏଣ୍ଡ ଗ୍ରୁପ୍ ଓ ତୃତୀୟ ହୋଇଥିଲେ ଯୁଗ୍ମ ବିଜୟିନୀ – ୟାକଚି ସାହୁ ଏଣ୍ଡ ଗ୍ରୁପ୍ ଏବଂ ଜାଗୃତି ସାହୁ ଆଜି ୧୪ ଅଗଷ୍ଟ କଲେଜ୍ ର ଛାତ୍ର ଛାତ୍ରୀ ମାନେ ଐତିହାସିକ ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା ରେ (ତିନୋଟି ରଙ୍ଗ ବିଶିଷ୍ଟ ୧୦୦ ମିଟର ଲମ୍ବ) ରେ ପ୍ରାୟ ୧୨୦୦ ଜଣ ଭାଗ ନେଇ କଲେଜ୍ ମୁଖ୍ୟ ଫାଟକ ରୁ ସିଲଦା ଗ୍ରାମ ପରିକ୍ରମା କରି ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଦେଶଭକ୍ତି ର ନବ ଜାଗରଣ ସୃଷ୍ଟି କରି ଉତ୍ସାହିତ କରିଥିଲେ । ୧୦୦ ମିଟର ଲମ୍ବ ତ୍ରିରଙ୍ଗା ଆକର୍ଷଣ ର କେନ୍ଦ୍ର ବିନ୍ଦୁ ଥିଲା। ଉପରୋକ୍ତ ତ୍ରିରଙ୍ଗା ଶୋଭା ଯାତ୍ରାକୁ କଲେଜ୍ ର ଭାରପ୍ରାପ୍ତ ଅଧ୍ୟକ୍ଷ ବିଧାନ ଚନ୍ଦ୍ର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭା ଯାତ୍ରା ର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା ଏବଂ ଡ୍ରୋନ୍ କେମେରା କଏଦ୍ କରାଯାଇ ଥିଲା । ଛାତ୍ର ଛାତ୍ରୀ ମାନେ ଫେରିବା ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କଲେଜ ଅଧ୍ୟକ୍ଷଙ୍କ ଅନୁରୋଧ ରକ୍ଷା କରି ନୂଆପଡା ପୋଲିସ୍ ବାହୀନି ଶାନ୍ତି ଶୃଙ୍ଖଳା ରକ୍ଷା କରି ଥିଲେ ।
ଶେଷରେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ମମତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha