
ଗୋଡ଼ାଳ କ୍ଲଷ୍ଟର ର ବିଭିନ୍ନ ବିଦ୍ଯାଳୟରେ ଯୋଗ ଦିବସ ପାଳିତ
ନୂଆପଡା -୨୧/୬(ଏମ.ଇ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡ଼ାଳ କ୍ଲଷ୍ଟର ର ବିଭିନ୍ନ ବିଦ୍ଯାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ପାଳିତ ହୋଇଯାଇଛି । ଏଥିରେ ବିଦ୍ଯାଳୟ ଗୁଡ଼ିକର ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିବା ଦେଖିବାକୁ ମିଳିଛି । କ୍ଲଷ୍ଟର ର ଚଳନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବପ୍ରସାଦ ମେହେରଙ୍କ ତତ୍ତ୍ଵାବଧାନ ରେ ରେ ଆୟୋଜିତ ଯୋଗ ଶିବିରରେ ମମିତା ପାଟ୍ଟଯୋଷୀ, ବୈଷ୍ଣବ ମେହେର, କିଶୋର ମେହେର,ସୁମିତ୍ରା ମେହେର ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ଯୋଗ ଦିବସ ପାଳନର ଉଦ୍ଦେଶ୍ଯ ବିଷୟରେ ଅବଗତ କରିବା ସହ ଯୋଗାଭ୍ଯାସ କରାଇଥିଲେ । ସେହିଭଲି କ୍ଲଷ୍ଟରର ଗୋଡ଼ାଲ ନୋଡ଼ାଳ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ସମେତ , ମହଗାଁ, କୋଟାମାଲ, ସରଧାପୁର, ନଦୀଗାଁ, କର୍ଲାପାଣି, ଘଣ୍ଟିଗୁଡ଼ା ଆଦି ଗ୍ରାମର ବିଭିନ୍ନ ବିଦ୍ଯାଳୟରେ ଯୋଗ ଦିବସ ପାଳନ କରାଯାଇଛି । ଏଥିସହ ସିନାପାଲି ବ୍ଲକର ଅନ୍ଯ ପନ୍ଦର ଗୋଟି କ୍ଲଷ୍ଟରର ବିଭିନ୍ନ ବିଦ୍ଯାଳୟରେ ମଧ୍ଯ ଯୋଗ ଦିବସ ପାଳନ କରାଯାଇଥିବା ଜଣା ପଡ଼ିଛି ।
ଗୋଡ଼ାଲ କ୍ଳଷ୍ଟର ର ବିଭିନ୍ନ ବିଦ୍ୟାଳୟ ରେ ଯୋଗ ଦିବସ ପାଳିତ
209
previous post