ପ୍ରାତଃ ଭ୍ରମଣ ରେ ଯାଇ ଥିବା ବେଳେ ବୋଲେରୋ ଧକ୍କାରେ ଏକ ମୃତ ଦୁଇ ଗୁରୁତର। 
ନୂଆପଡ଼ା -୧୬/୭ (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ଅନ୍ତର୍ଗତ ଜୁନାନି ଛକ ବିଜୁ ଏକ୍ସପ୍ରେସ ୱେ ରେ ପ୍ରାତଃ ଭ୍ରମଣ ରେ ତିନି ଜଣ ବ୍ୟକ୍ତି ଚାଲିଚାଲି ଯାଉଥିବା ବେଳେ ଏକ ବୋଲେରୋ ଗାଡ଼ି ପଛ ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ ହୋଇ ଥିବାବେଳେ ଦୁଇ ଜଣ ଗୁରୁତର ରୂପେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଥିବା ବେଳେ ଜଣେ ବେସରକାରୀ ଚିକିତ୍ସାଳୟ ରାୟପୁର ଛତିଶଗଡ କୁ ରେଫର୍ କରାଯାଇଛି। ଖବର ରୁ ପ୍ରକାଶ ଯେ, ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଲେ ନୀଳାମ୍ବର ତାଣ୍ଡି (୫୫) ଗୁରୁତର ଆହତ ହେଲେ ସହଦେବ ପୁଞ୍ଜି (୫୨) ସେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ଓ ନୁରା ଚନ୍ଦ ସରାଫ ଉତ୍ତମ ଚିକିତ୍ସା ନିମନ୍ତେ ରାୟପୁର ଠାରେ ଏକ ବେସରକାରୀ ଚିକିତ୍ସାଳୟ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଉପରୋକ୍ତ ଘଟଣା ଫଳରେ ଜିଲ୍ଲା ଚିକିତ୍ସାଳୟ ପରିସର୍ ରେ ଚପା ଉତ୍ତେଜନା ପ୍ରକାଶ ପାଇଥିଲା। ଉପରୋକ୍ତ ଘଟଣା ର ଖବର ପାଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝି, ସୁଧୀର ମିଶ୍ର, ଦେବଦତ୍ତ ଦିକ୍ଷୀତ,ଭକ୍ତବନ୍ଧୁ ଧରୁଆ ପ୍ରମୁଖ ଚିକିତ୍ସାଳୟ ପରିସର କୁ ଆସି ମୃତକ ଓ ଆହତ ପରିବାରଙ୍କୁ ଭେଟି ସମବେଦନା ଓ ସାନ୍ତ୍ଵନା ଦେଇ କ୍ଷତି ପୂରଣ ଦାବି କରିଥଲେ।ନୂଆପଡ଼ା ତହସିଲଦାର ପ୍ରଣବ ରଞ୍ଜନ ସାହୁ, ଏଡିସନାଲ ତହସିଲଦାର ଦିଲୀପ ପାତ୍ର, ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳ ରେ ପହଞ୍ଚି ଉତ୍ତେଜିତ ଜନତାଙ୍କୁ ବୁଝାସୁଝା କରି ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ମୃତକ ପରିବାର କୁ ସହାୟତା ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ି ଥିଲେ। ଅଜଣା ବୋଲେରୋ ଗାଡ଼ି ର ନମ୍ବର ପ୍ଲେଟ (CG- 04- PM- 0409) ଘଟଣା ସ୍ଥଳ ରେ ପଡ଼ିରହିଥିଲା। ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲ୍ଲା ର ବୋଲେରୋ ବୋଲି କୁହାଯାଉଛି।
ପ୍ରାତଃ ଭ୍ରମଣ ରେ ଯାଇ ଥିବା ବେଳେ ବୋଲେରୋ ଧକ୍କାରେ ଏକ ମୃତ ଦୁଇ ଗୁରୁତର।
271