6
ନୂଆପଡା-୨୧/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋହିତ ଭୋଇଙ୍କ ଉପରେ ଘଟିଥିବା ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି ଜିଲ୍ଲାର ଓ ଏ ଏସ୍ ଏଵଂ ଓ ଆର୍ ଏସ୍ ସଂଘ ।
ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରି ଏହି ବର୍ବର ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛି ସଂଘ । ଏହା ସହିତ ସମସ୍ତ ଅଭିଯୁକ୍ତ ଗିରଫ ନହେବାଯାଏ ସମସ୍ତ ସଦସ୍ୟ କଳା ବ୍ୟାଚ୍ ପରିଧାନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି l ସଂଘ ତାର ଦାବୀପତ୍ର ରେ ଜଣାଇଛି ଯେ ,ନୂଆପଡା ବିଡ଼ିଓ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ଯାଉଥିବା ସମୟରେ ତାଙ୍କ ଉପରେ ଘଟିଥିବା ଶାରୀରିକ ଆକ୍ରମଣ, ଆପରାଧିକ ଧମକ ଏବଂ କର୍ତ୍ତବ୍ୟରେ ବାଧା ସୃଷ୍ଟି କରାଯାଇଥିବା ଦୁଃଖଦ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣାକୁ ସଂଘ ଦୃଢ଼ ଭାବେ ନିନ୍ଦା କରୁଛି।


