30
ନୂଆପଡ଼ା – ୧୧/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ନିରନ୍ତର ବିକାଶ ଲକ୍ଷ୍ୟ –୨୦୩୦ ଉପରେ ଏକ ବ୍ଲକ୍ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧି ଓ କର୍ମଚାରୀମାନଙ୍କୁ ସଚେତନ କରିବା ଏବଂ ଲକ୍ଷ୍ୟ ସାଧନ ପାଇଁ ତୃଣମୂଳସ୍ତରରୁ କାର୍ଯ୍ୟନ୍ୱୟନକୁ ସୁଦୃଢ଼ କରିବା।
ବ୍ଲକ୍ ଉନ୍ନୟନ ଅଧିକାରୀ ରୋହିତ ଭୋଇ ତାଙ୍କ ଉଦବୋଧନରେ ନିରନ୍ତର ବିକାଶ ଲକ୍ଷ୍ୟ (SDG)ର ୯ଟି ମୁଖ୍ୟ ଥିମ୍ ସମ୍ପର୍କରେ ବ୍ୟାଖ୍ୟା କରି ପଞ୍ଚାୟତ ସ୍ତରରେ ସେଗୁଡ଼ିକୁ କିପରି ଯୋଜନା ଓ କାର୍ଯ୍ୟକ୍ରମ ସହିତ ସମନ୍ୱୟ କରାଯାଇପାରିବ, ତାଉପରେ ଆଲୋକପାତ କରିଥିଲେ।